ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍ଙ୍କ ଫିଲ୍ମ ବାଜାରର ଟ୍ରେଲର ରିଲିଜ୍ ହୋଇ ସାରିଥିବା ବେଳେ ଏବେ ଫିଲ୍ମକୁ ଅପେକ୍ଷା କରିଛନ୍ତି ସୈଫ୍ଙ୍କ ପ୍ରଶଂସକ । ଏହି ଫିଲ୍ମରେ ସୈଫ୍ ଏକ ଶକ୍ତିଶାଳୀ ବ୍ୟବସାୟୀର ଭୂମିକାରେ ନଜର ଆସୁଥିବା ବେଳେ ତାଙ୍କ ସହ ନଜର ଆସୁଛନ୍ତି ରାଧିକା ଆପ୍ତେ ଏବଂ ଚିତ୍ରାଙ୍ଗନା ସିଂ । ଫିଲ୍ମର ଟ୍ରେଲର ଲଞ୍ଚ ସମୟରେ ପୂରା ଟିମ୍କୁ ସାମ୍ବାଦିକମାନେ ଅନେକ ପ୍ରଶ୍ନ କରିଥିଲେ । କିନ୍ତୁ ଭାରତରେ ବଡ଼ ବଡ଼ ଘୋଟାଲା କରିଥିବା ନୀରବ ମୋଦି ଏବଂ ବିଜୟ ମାଲ୍ୟାଙ୍କୁ ନେଇ ପଚରାଯାଇଥିବା ପ୍ରଶ୍ନ ସବୁଠାରୁ ଚର୍ଚ୍ଚାର ବିଷୟ ପାଲଟିଥିଲା ।
ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଏହି ଟ୍ରେଲର ରିଲିଜ୍ ଅବସରରେ ନୀରବ ମୋଦି ଏବଂ ବିଜୟ ମାଲ୍ୟାଙ୍କ ଭଳି ଲୋକ ଦେଶରେ କୋଟି କୋଟି ଟଙ୍କାର ଘୋଟାଲା କରି ବିଦେଶରେ ଯାଇ ଖୁବ୍ ଆରାମରେ ରହୁଛନ୍ତି । ସରକାର କୌଣସି ପଦକ୍ଷପ ନେବା ପରିବର୍ତ୍ତେ ପରସ୍ପରକୁ ଦୋଷ ଦେବାରେ ଲାଗିଛି । ଏ ନେଇ ଆପଣଙ୍କ ରାୟ କ’ଣ ବୋଲି ପଚରା ଯାଇଥିଲା । ଯାହା ମଜାଦାର ଉତ୍ତର ଦେଇଥିଲେ ସୈଫ୍ ।
/sambad/media/post_attachments/wp-content/uploads/2018/10/images-1-2-300x168.jpg)
ଏହାର ଉତ୍ତର ରଖି, "ଏଭଳି ଘଟଣା ଘଟିବା ଅତ୍ୟନ୍ତ ଦୁର୍ଭାଗ୍ୟପୂର୍ଣ୍ଣ । ଦେଶରେ ଭ୍ରଷ୍ଟାଚାର ଏବଂ ସ୍କାମର ସମସ୍ୟା କମ ହେବା ଦରାକାର । ଆମେମାନେ କେବଳ ଫିଲ୍ମ ତିଆରି କରି ବିକ୍ରି କରିଥାଉ । କିନ୍ତୁ ସାମ୍ବାଦିକମାନେ ସେଭଳି ଦେଶଦ୍ରୋହୀମାନଙ୍କୁ ପ୍ରଶ୍ନ ପଚାରିବା ପରିବର୍ତ୍ତେ ଆମମାନଙ୍କୁ ଏ ନେଇ ପଚାରନ୍ତି । ଆମେମାନେ ବହୁତ ଛୋଟ ଲୋକ । ଅସଲ ଖେଳ ତ ଆଉ କେଉଁଠି ଖେଳା ଯାଉଛି ଏବଂ କାହାକୁ ଏ ବିଷୟରେ ଜଣା ନାହିଁ । ଲୋକମାନେ ବଲିଉଡ୍ କଳାକାରମାନଙ୍କ ଉପରେ ଆରୋପ ଲଗାଇ ଖୁସି ହୋଇ ଯାଉଛନ୍ତି । କିନ୍ତୁ ଯେଉଁମାନେ ଜନତାଙ୍କର କଷ୍ଟ କରି ଆୟ କରିଥିବା ଟଙ୍କାକୁ ନେଇ ଖେଳ ଖେଳୁଛନ୍ତି ଲୋକମାନଙ୍କୁ ସେମାନଙ୍କ ଉପରେ ଧ୍ୟାନ ଦେବା ଦରକାର" ବୋଲି ଉତ୍ତର ରଖିଥିଲେ ସୈଫ୍ ।