ଝିଅ ସାରାଙ୍କ ପ୍ରଥମ ଚଳଚ୍ଚିତ୍ର ସଂପର୍କରେ ଏପରି ମତ ରଖିଲେ ସୈଫ୍‌ ଅଲ୍ଲୀ ଖାନ୍‌

ମୁମ୍ବାଇ: ସେ ଜଣେ ଷ୍ଟାର୍‌ କିଡ୍‌ ହେଲେ ବି ସାରା ଅଲ୍ଲୀ ଖାନଙ୍କ ଡେବ୍ୟୁ ଚଳଚ୍ଚିତ୍ର ‘କେଦାରନାଥ’ ରିଲିଜ୍‌ ପୂର୍ବରୁ ବିବାଦରେ ରହିଛି। ଯାହାବି ହେଉ ସୈଫ୍‌ ଅଲ୍ଳୀ ଖାନଙ୍କ ଝିଅ ସାରା ଅଲ୍ଲୀ ଖାନଙ୍କ ଏହି ଚଳଚ୍ଚିତ୍ରିଟି ଆଗାମୀ ନଭେମ୍ବର ୩୦ ରେ ପରଦାକୁ ଆସିବ।

ଝିଅର ଆଗାମୀ ଚଳଚ୍ଚିତ୍ରକୁ ନେଇ ଆଶାବାଦୀ ଅଛନ୍ତି ସୈଫ୍‌। ସେ ସାରାଙ୍କ ଚଳୁଚ୍ଚିତ୍ର ସଂପର୍କରେ କହନ୍ତି ଯେ ସେ ତାଙ୍କ ଝିଅର ଡେବ୍ୟୁକୁ ନେଇ ବେଶ୍‌ ଦୃଢ଼ ଓ ଆଶାବାଦୀ। ଝିଅର ପ୍ରଥମ ଚଳଚ୍ଚିତ୍ରକୁ ନେଇ ସେ ଚିନ୍ତିତ ଅଛନ୍ତି କି? ବୋଲି ଗଣାମଧ୍ୟମ ପ୍ରତିନିଧୀ ପଚାରିଥିବା ପ୍ରଶ୍ନର ଉତ୍ତର ଦେଇ ସୈଫ୍‌ କହନ୍ତି କି ତାଙ୍କୁ ଜଣା ଅଛି ସାରା ‘କେଦାରନାଥ’ ଜରିଆରେ ଜବରଦସ୍ତ ଭାବେ ବଲିଉଡ୍‌ରେ ପ୍ରବେଶ କରିବେ। ସେ ଭଲ ହାତର ପଡ଼ିଛନ୍ତି ମାନେ ଭଲ ଫଳାଫଳ ହିଁ ମିଳିବ ବୋଲି ସୈଫ୍‌ ମତ ରଖିଛନ୍ତି।

ଉଲ୍ଲେଖଯୋଗ୍ୟ, ‘କେଦାରନାଥ’ ଚଳଚ୍ଚିତ୍ରଟିର ନିର୍ଦ୍ଦେଶନା ଦେଇଛନ୍ତି ଅଭିଷେକ କପୁର। ସାରାଙ୍କ ବିପକ୍ଷରେ ନାୟକ ରହିଛନ୍ତି ସୁଶାନ୍ତ ସିଂହ ରାଜପୁତ। ନିର୍ଦ୍ଦେଶକ ଅଭିଷେକ ପୂର୍ବରୁ ‘ଫିତୁର୍‌’ ଚଳଚ୍ଚିତ୍ରର ନିର୍ଦ୍ଦେଶନା ଦେଇ ସାରିଛନ୍ତି।

ସମ୍ବନ୍ଧିତ ଖବର