ନୂଆଦିଲ୍ଲୀ: ଅଭିନେତା ସୈଫ ଅଲି ଖାନଙ୍କ ବୃତ୍ତିଗତ ଜୀବନ ଅପେକ୍ଷା ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଅଧିକ ଚର୍ଚ୍ଚା ଲାଗି ରହିଥାଏ। 

Advertisment

ସୈଫ ଅଲି ପ୍ରଥମେ ଅମୃତା ସିଂ ଏବଂ ପରେ କରିନାଙ୍କୁ ବିବାହ କରିଥିଲେ। ସୈଫ ଏବଂ ଅମୃତାଙ୍କ ସମ୍ପର୍କ ଆଜି ପର୍ଯ୍ୟନ୍ତ ଚର୍ଚ୍ଚାରେ ରହିଛି।  ସୈଫ ଯେତେବେଳେ କରିନାଙ୍କୁ ବିବାହ କରିବାକୁ ସ୍ଥିର କରିଥିଲେ ସେ ତାଙ୍କ ପ୍ରଥମ ସ୍ତ୍ରୀ ଅମୃତା ସିଂଙ୍କ ପାଖକୁ ଏକ ଚିଠି ପଠାଇଥିଲେ। ଯାହାକୁ ସାରା ଅଲି ଖାନ ମଧ୍ୟ ପଢ଼ିଥିଲେ। 

ସୈଫ ଅଲି ଖାନ ଏବଂ ସାରା ଅଲି ଖାନ ପ୍ରଥମଥର ପାଇଁ ଏକ ଚାଟ୍ ସୋକୁ ଯାଇଥିଲେ। ଏହି ସୋ’ଟି କରଣଙ୍କ ‘କଫି ଉଇଥ କରଣ’ ଥିଲା । ଏହି ସୋ’ରେ ସୈଫ ଖୋଲାଖୋଲି ଭାବେ ଆଲୋଚନା କରି କହିଥିଲେ, ‘କରିନାଙ୍କୁ ବିବାହ ପୂର୍ବରୁ ମୁଁ ଅମୃତାଙ୍କ ପାଖକୁ ଏକ ଚିଠି ପଠାଇଥିଲି। ଏହି ନୋଟରେ ଅନେକ ଗୁଡାଏ ଶୁଭେଚ୍ଛାରେ ଭର୍ତ୍ତି ଥିଲା। 
ଏଥିରେ ମୁଁ ଅମୃତାଙ୍କୁ ଜଣାଇ ଲେଖିଥିଲି, ଅମୃତ ମୁଁ ଏକ ନୂଆ ଜୀବନ ଆରମ୍ଭ କରିବାକୁ ଯାଉଛି। ତେଣୁ ତୁମକୁ ଏହା ଜଣାଇ ଦେବାକୁ ଉଚିତ ଭାବିଥିଲି। ଆପଣ ମୋର ଇତିହାସ, ଆପଣ ମୋର ସବୁକିଛି।’

ଏହି ଚିଠିକୁ ସାର ପାଇବା ପରେ ପ୍ରତିକ୍ରିୟା ଦେଇ କହିଥିଲେ, ‘ବାପା ମୁଁ ଏମିତି ବି ଆପଣଙ୍କ ବିବାହକୁ ଯାଇଥାଆନ୍ତି। ଏହି ଚିଠି ପାଇବା ପରେ ଖୁସିରେ ଯିବି’।

ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ସାରା ଓ ଅମୃତ ଦୁହେଁ ମୋ ଦ୍ବିତୀୟ ବିବାହରେ ସାମିଲ ହୋଇ ସମସ୍ତ ବନ୍ଦୋବସ୍ତ କରିଥିଲେ।’ 

ସୈଫ ଅଲି ଖାନ ଏବଂ ଅମୃତା ସିଂ ବିବାହର ୧୩ ବର୍ଷ ପରେ ୨୦୦୪ ରେ ଅଲଗା ହୋଇ ଯାଇଥିଲେ। ଏହି ଦମ୍ପତିଙ୍କର ଦୁଇଟି ସନ୍ତାନ ସାରା ଅଲି ଖାନ ଏବଂ ଇବ୍ରାହିମ ଅଲି ଖାନ ଅଛନ୍ତି | ଅମୃତାଙ୍କ ସହିତ ବିବାହ ବିଚ୍ଛେଦ ପରେ ସୈଫ କରିନାଙ୍କ ସହିତ ଅନେକ ଦିନ ସମ୍ପର୍କରେ ରହିବା ପରେ ୨୦୧୨ ରେ ବିବାହ କରିଥିଲେ। ସୈଫ ଓ କରିନାଙ୍କ ଦୁଇଟି ପୁତ୍ର ସନ୍ତାନ ଅଛନ୍ତି।’

 ଅଧିକପଢ଼ନ୍ତୁ: ଖୁସି ଖବର: ଟ୍ରାଫିକ୍ ଚାଲାଣ ଛାଡ ହେବ,୧୪ ସେପ୍ଟେମ୍ବରରେ ଜାତୀୟ ଲୋକ ଅଦାଲତ