ମୁମ୍ବାଇ: ଜାନୁଆରି ମାସରେ ସୈଫ ଅଲ୍ଲୀ ଖାନଙ୍କ ଘରେ ପଶି ଜଣେ ଚୋର ଅଭିନେତାଙ୍କ ଉପରେ ଆକ୍ରମଣ କରି ଛୁରାମାଡ଼ କରିଥିଲା। ଏହି ଆକ୍ରମଣରେ ସୈଫ ଗୁରୁତର ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।
ହସ୍ପିଟାଲରେ ତାଙ୍କର ମେରୁଦଣ୍ଡ ଅସ୍ତ୍ରୋପଚାର ମଧ୍ୟ କରାଯାଇଥିଲା। ଡାକ୍ତରମାନେ ସୈଫଙ୍କ ମେରୁଦଣ୍ଡର ଅସ୍ତ୍ରୋପଚାର କରି ୨.୫ ଇଞ୍ଚର ଏକ ଛୁରୀ ଖଣ୍ଡ ବାହାର କରିଥିଲେ। ପାଞ୍ଚ ଦିନ ଧରି ହସ୍ପିଟାଲରେ ରହିବା ପରେ, ସୈଫଙ୍କୁ ଡିସଚାର୍ଜ କରି ଦିଆଯାଇଥିଲା। ସମ୍ପ୍ରତି ସୈଫ୍ ପୂର୍ବ ଅପେକ୍ଷା ଭଲ ଅଛନ୍ତି।
ସୈଫଙ୍କ ଭଉଣୀ ସବା ପଟୌଦି ତାଙ୍କ ଭାଇ, ଭାଉଜ କରୀନା ଏବଂ ସେମାନଙ୍କର ଦୁଇ ପିଲା ତୈମୁର ଏବଂ ଜେହଙ୍କ ମଙ୍ଗଳ ପାଇଁ 'କୁରାନ ଖ୍ୱାନି ଏବଂ ସଦକା' କରିଛନ୍ତି।
ସୈଫ ଅଲ୍ଲୀ ଖାନଙ୍କ ଭଉଣୀ ସବା ଭାଇଙ୍କୁ ବହୁତ ଭଲ ପାଆନ୍ତି । ସବୁବେଳେ ସେ ଭାଇ ଏବଂ ପରିବାରର ସୁରକ୍ଷା ପାଇଁ ପ୍ରାର୍ଥନା କରି ଥାଆନ୍ତି।
ସୈଫ୍ଙ୍କ ଉପରେ ଆକ୍ରମଣ ପରେ, ସବା ତାଙ୍କ ଭାଇ ଏବଂ ପରିବାରର ମଙ୍ଗଳ ପାଇଁ 'କୁରାନ୍ ଖ୍ୱାନି ଏବଂ ସଦକା' କରିଛନ୍ତି। ସାବା ତାଙ୍କ ଇନଷ୍ଟାଗ୍ରାମ ଷ୍ଟୋରୀରେ 'କୁରାନ ଖ୍ୱାନି ଏବଂ ସଦକା'ର ଏକ ଝଲକ ସେୟାର କରି କ୍ୟାପସନରେ ଲେଖିଛନ୍ତି, “ବିଶ୍ୱାସ... ମୋ ପାଇଁ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ। ତେଣୁ ଭାଇ ଏବଂ ତାଙ୍କ ପରିବାର ପାଇଁ କୁରାନ ଖ୍ୱାନି ଏବଂ ସଦକା କରାଯାଇଛି। ସର୍ବଦା ସୁରକ୍ଷିତ ରୁହ।’