ଦ୍ବିତୀୟ ବିବାହ ପରେ ମଧ୍ୟ ଅମ୍ରିତାଙ୍କୁ ଭୁଲି ନାହାନ୍ତି ସୈଫ୍

କରିନାଙ୍କୁ ଦ୍ବିତୀୟ ବିବାହ କରିବା ପରେ ମଧ୍ୟ ଅମ୍ରିତାଙ୍କୁ ଭୁଲି ପାରିନାହାନ୍ତି ବଲିଉଡ୍‌ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌। ଏ ସଂପର୍କରେ ସୈଫ୍ କହିଛନ୍ତି, ବଲିଉଡ୍‌ରେ ଆଜି ସେ ଯାହା ବି ସଫଳତା ହାସଲ କରିଛନ୍ତି, ସେ ସବୁ କେବଳ ଅମ୍ରିତାଙ୍କ ପାଇଁ। ସୈଫ୍ କ୍ୟାରିୟରକୁ ନେଇ ଚିନ୍ତିତ ନ ଥିବା ବେଳେ ଅମ୍ରିତା ତାଙ୍କୁ ଅଭିନୟରେ ଗୁରୁତ୍ବ ଦେବାକୁ ଉତ୍ସାହିତ କରିଥିଲେ। ଯେଉଁଥିପାଇଁ ସୈଫ୍ ଆଜି ବଲିଉଡ୍‌ରେ ଏପରି ସଫଳତା ପାଇପାରିଛନ୍ତି। ଅମ୍ରିତା ନଥି‌ଲେ ବୋଧେ ସେ ଏଠାରେ ପହଞ୍ଚି ପାରି ନଥା‌’ନ୍ତେ ବୋଲି ସେ କହିଛନ୍ତି।

ଉଲ୍ଲେଖଯୋଗ୍ୟ, ସୈଫ୍-ଅମ୍ରିତାଙ୍କ ବିବାହ ସମୟରେ କରିନାଙ୍କୁ ମାତ୍ର ୧୨ବର୍ଷ ହୋଇଥିଲା। ତେବେ ଏତେ ଲମ୍ବା ସମୟର ଅନ୍ତରରେ କରିନାଙ୍କ ଭଳି ଅଭିନେତ୍ରୀ ତାଙ୍କ ପ୍ରେମରେ ପଡ଼ି ତାଙ୍କୁ ବିବାହ କରିବା ଲୋକଙ୍କୁ ଚର୍ଚ୍ଚାର ଖୋରାକ୍ ଯୋଗାଇଥିଲା।

ସମ୍ବନ୍ଧିତ ଖବର