‘ବାହୁବଳୀ’ ପ୍ରଭାସ ନିକଟରେ ତାଙ୍କର ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’ ସମ୍ପର୍କରେ ଘୋଷଣା କରିଥିଲେ। ପୌରାଣିକ ବିଷୟବସ୍ତୁକୁ ନେଇ ନିର୍ଦ୍ଦେଶକ ଓମ୍ ରାୱତ୍ଙ୍କ ନିର୍ଦ୍ଦେଶନାରେ ହେବାକୁ ଯାଉଥିବା ଏହି ଦ୍ବିଭାଷୀ ଚଳଚ୍ଚିତ୍ରରେ ବଲିଉଡ୍ ଅଭିନେତା ସୈଫ୍ ଅଲ୍ଲୀ ଖାନ୍ଙ୍କୁ ଖଳନାୟକ ଭୂମିକାରେ ଦେଖିବାକୁ ମିଳିପାରେ। ଓମ୍ଙ୍କ ନିର୍ଦ୍ଦେଶିତ ‘ତାନାଜୀ-ଦ ଅନ୍ସଙ୍ଗ ୱାରିୟର୍’ରେ ଖଳନାୟକ ଚରିତ୍ରରେ ସୈଫ୍ଙ୍କ ଅଭିନୟ ଖୁବ୍ ଉଚ୍ଚକୋଟୀର ଥିଲା। ଏଥିପାଇଁ ଓମ୍ ତାଙ୍କୁ ‘ଆଦିପୁରୁଷ’ରେ ଖଳନାୟକ ଭୂମିକାରେ ନେବାକୁ ଚାହୁଥିବା ଜଣାଯାଇଛି। ପ୍ରଭାସଙ୍କ ଭଳି ସୈଫ୍ଙ୍କୁ ମଧ୍ୟ ଏହି ଚଳଚ୍ଚିତ୍ରରେ ସମାନ ଗୁରୁତ୍ୱ ମିଳିବ।
ସୈଫ୍ ଖଳନାୟକ!
/sambad/media/post_attachments/wp-content/uploads/2020/08/saif-ali-khan-play-villain-opposite-prabhas-om-rauts-adipurush.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)