କରୀନା କପୁର ଖାନ୍ ଓ ସୈଫ୍ଅଲ୍ଲୀ ଖାନ୍ ନିଜ ଦ୍ବିତୀୟ ସନ୍ତାନର ସ୍ବାଗତ ପାଇଁ ଓଲଟା ଗଣତି ଆରମ୍ଭ କରି ଦେଇଛନ୍ତି। ତେବେ କେବଳ ଏହି ଗୋଟିଏ ଖୁସି ଖବର ନୁହେଁ, ସୈଫ୍ ଓ କରୀନା ନିଜ ନୂଆ ଘରକୁ ସ୍ଥାନାନ୍ତର ହେବା ପାଇଁ ବି ପ୍ରସ୍ତୁତ ହେଉଛନ୍ତି। ସୈଫ୍ ନିଜ ଘର ପାଖରେ ହିଁ ଆଉ ଏକ ଫ୍ଲାଟ୍ କିଣିଥିବା ବେଳେ ଆଜି ତାଙ୍କ ଘରୋଇ ସହାୟକଙ୍କୁ ସୈଫ୍ଙ୍କ ମା’ ଶର୍ମିଳା ଟାଗୋରଙ୍କ ଆଇକନିକ୍ ପୋଷ୍ଟର (୧୯୬୯ର ବଙ୍ଗଳା ଚଳଚ୍ଚିତ୍ର ‘ଆରାଧନା’ର ପୋଷ୍ଟର ଓ ଚିତ୍ରକଳା) କୁ ନୂଆ ଘରକୁ ନେଉଥିବା ଦୃଶ୍ୟ ଦେଖିବାକୁ ମିଳିଛି। ଏଥିସହ ସୈଫ୍ଙ୍କ ‘ଲଭ୍ ଆଜ୍ କଲ୍’ର ପୋଷ୍ଟର ବି ନୂଆ ଘରକୁ ସ୍ଥାନାନ୍ତର କରାଯାଇଥିବା ଦେଖିବାକୁ ମିଳିଥିଲା।
ନୂଆ ଘରକୁ ଯାଉଛନ୍ତି ସୈଫ୍-କରୀନା
/sambad/media/post_attachments/wp-content/uploads/2021/02/parada-saif-kareena.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)