କାହିଁକି କରିନାଙ୍କୁ କିସ୍‌ କରିପାରୁନାହାନ୍ତି ସ୍ୱାମୀ ସୈଫ୍‌!

ମୁମ୍ବାଇ:  ବଲିଉଡରେ ଜଣେ ରିଲ୍‌ରୁ ରିଅଲ୍‌ ଯୋଡି ହୋଇଛନ୍ତି ସୈଫ୍‌ ଅଲ୍ଲୀ ଖାନ୍‌ ଓ କରିନା କପୁର୍‌ ଖାନ୍‌। ଖାଲି ସେତିକି ନୁହେଁ ଉଭୟଙ୍କର ଗୋଟିଏ ପୁଅ ବି ଅଛି,ଯାହାଙ୍କର ନାଆଁ ହେଲା ତୈମୁର୍‌।

ରିଅଲ୍‌ରେ ସୈଫ୍‌-କରୀନା ଯୋଡିଙ୍କର କେମେଷ୍ଟ୍ରି ଲାଜବାବ୍‌। ଉଭୟେ ଆଜିକାଲି ପରସ୍ପର ପାଇଁ ଅଧିକ ସମୟ ବାହାର କରିପାରୁ ନାହାନ୍ତି। ଏହାର କାରଣ ହେଲା ସୈଫ୍‌ ଅଲ୍ଲୀ ଖାନ୍‌ ବେଶ୍‌ କିଛି ଦିନ ହେବ ବିଦେଶରେ ଅଛନ୍ତି। ସେ ଏକ େଓ୍ଵବ୍‌ ସିରିଜ୍‌ର ସୁଟିଂ ପାଇଁ ସେଠାରେ ସମୟ ବିତାଉଛନ୍ତି। ଏଣେ କରିନା ନିଜ ପୁଅ ତୈମୁରକୁ ଗୁରୁତ୍ୱ ଦେଇ ନୂୂଆ ସିନେମା ସାଇନ୍‌ କରୁନାହାନ୍ତି।

 

ଏବେ ସୈଫ୍‌ ଅଲ୍ଲୀ ଖାନ୍‌ ଏକ ଚମକପ୍ରଦ କଥା କହିଛନ୍ତି। ସୈଫ୍‌ କହିଛନ୍ତି ଯେ,ପତ୍ନୀ କରିନା ଏବେ ତାଙ୍କୁ କିସ୍‌ କରୁନାହାନ୍ତି। ଏହାର କାରଣ ହେଲା ଯେ,ସୈଫ୍‌ ନିଜ ମୁହଁରେ ଦାଢ଼ି ରଖିଛନ୍ତି। ଦାଢ଼ି ଥିବା ହେତୁ ସେଭଳି ଘଟିଛି।

ଏଣେ ସେ ପୁଅ ତୈମୁର୍‌କୁ ମଧ୍ୟ କିସ୍‌ ଦେଉ ନାହାନ୍ତି। ସୈଫ୍‌ ପୁଅ ତୈମୁର୍‌ର ହାତରେ  ଗେଲ କରୁଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ,ଯେତେବେଳେ ତୈମୁରଙ୍କୁ କିସ୍‌ କରିବାକୁ ଚାହାଁନ୍ତି ,ସେତେବେଳେ ତୈମୁର୍‌ ତତ୍‌କ୍ଷଣାତ୍‌ ନିଜର ଗାଲ ସୈଫ୍‌ଙ୍କ ଓଠପାଖକୁ ନେଇ ଆସନ୍ତି। ଠିକ୍‌ ସେହି କାମ କରିନା ବି କରିଥାନ୍ତି ବୋଲି ସୈଫ୍‌ ଅଲ୍ଲୀ ଖାନ୍‌ କହିଛନ୍ତି।

 

ସମ୍ବନ୍ଧିତ ଖବର