ସୈଫ୍‌ କରୀନାଙ୍କୁ ଏମିତି କି ପ୍ରଶଂସା କଲେ କି ଯାହାକୁ ସେ ସର୍ବସମ୍ମୁଖରେ କହିପାରିଲେ ନାହିଁ?

ମୁମ୍ବାଇ: ଅନିନେତ୍ରୀ କରୀନା କପୁର୍‌ ଆଗକୁ ‘ଭୀର ଦ େଓ୍ଵଡିଂ’ ଚଳଚ୍ଚିତ୍ରରେ ନଜର ଆସିବେ। ସେହି ଚଳଚ୍ଚିତ୍ରର ଏକ ଗୀତରେ କରୀନାଙ୍କୁ ଦେଖିବା ପରେ ସ୍ୱାମୀ ସୈଫ୍‌ ଅଲ୍ଲୀ ଖାନ ଯାହା ପ୍ରଶଂସା କରିଛନ୍ତି ତାହାକୁ ସେ ସର୍ବସମ୍ମୁଖରେ କହି ପାରିବେ ନାହିଁ ବୋଲି ବେବୋ ଗଣମାଧ୍ୟମରେ ଜଣାଇଛନ୍ତି। ଏହି କଥା କହିବା ବେଳେ କରୀନାଙ୍କ ଆଖିରେ ଏକ ଅଜବ ଚମକ ଦେଖିବାକୁ ମିଳିଥିଲା।

ଏହି ସମାନ ପ୍ରଶ୍ନ ନବବିବାହିତା ସୋନମ କପୁରଙ୍କୁ ବି ପଚରା ଯାଇଥିଲା। ସୋନମଙ୍କ ପଚରା ଯାଇଥିଲା ଯେ ତାଙ୍କୁ ଏହି ଗୀତେରେ ଦେଖିବା ପରେ ସ୍ୱାମୀ ଆନନ୍ଦ ଆହୁଜାଙ୍କର ପ୍ରତିକ୍ରିୟା କ’ଣ ଥିଲା। ସୋନମ କହିଛନ୍ତି କି ସ୍ୱାମୀ ଆନନ୍ଦ ତାଙ୍କ ଲୁକ୍‌କୁ ଖୁବ୍‌ ପସନ୍ଦ କରିଛନ୍ତି।

ମଙ୍ଗଳବାର ମୁମ୍ବାଇଠାରେ ହେଉଥିବା ଏହି ଇଭେଣ୍ଟ୍‌ରେ ନିର୍ଦ୍ଦେଶକ ଶାଶଙ୍କ ଘୋଷଙ୍କୁ ଛାଡ଼ିବା ପରେ ପ୍ରାୟ ସମେସ୍ତ ଉପସ୍ଥିତ ଥିଲେ। କେବଳ ଏତିକି ନୁହେଁ, ଏହି ଫିଲ୍ମର ଏହି ଗୀତ ଗାଇଥିବା ଗାୟକମାନେ ଲାଇଭ୍‌ ପର୍‌ଫମାନ୍ସ ବି କରିଥିଲେ। ସେମାନଙ୍କ ମଧ୍ୟରେ ନେହା କକ୍କର ଓ ବାଦ୍‌ଶାହା ବି ଥିଲେ।

ଚଳଚ୍ଚିତ୍ରଟି ହେଉଛି ୪ ମହିଳାଙ୍କ କାହାଣୀ ଉପରେ ଅଧାରିତ। ଏଥିରେ ସୋନମ କପୁର୍‌, କରୀନା କପୁର୍‌, ସୋରା ଭାସ୍କର ଓ ଶିଖା ତଲସନିଆ ଆଦି ପ୍ରମୁଖ ଭୂମିକାରେ ନଜର ଆସିଛନ୍ତି।

ସମ୍ବନ୍ଧିତ ଖବର