ସାଉଥ୍ ସୁପରଷ୍ଟାର ପ୍ରଭାସଙ୍କ ଆଗାମୀ ଚଳଚ୍ଚିତ୍ର ‘ଆଦିପୁରୁଷ’କୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହି ବଡ଼ ବଜେଟ ଚଳଚ୍ଚିତ୍ରରେ ଛୋଟେ ନବାବ ସୈଫ୍ଅଲ୍ଲୀ ଖାନ୍ ରାକ୍ଷସ ‘ଲଙ୍କେଶ’ ଭୂମିକାରେ ନଜର ଆସିବେ। ତେବେ ସୈଫ୍ଙ୍କ ଲଙ୍କେଶ ଭୂମିକା ଗ୍ରହଣ କରିବାଠାରୁ ଚଳଚ୍ଚିତ୍ରଟି ଆହୁରି ବଡ଼ ହେବ ବୋଲି ଚର୍ଚ୍ଚା ହେଉଛି। ‘ତାନାଜୀ’ ଚଳଚ୍ଚିତ୍ରରେ ଖଳନାୟକ ଭୂମିକା କରି ସୈଫ୍ ବଲିଉଡ୍ରେ ଖଳନାୟକ ଚରିତ୍ରର ଭିନ୍ନ ଏକ ମାଇଲଖୁଣ୍ଟ ଠିଆ କରିଛନ୍ତି। ଅନ୍ୟପକ୍ଷେ ନିଜର ପ୍ରତିଟି ଚରିତ୍ରକୁ ଗମ୍ଭୀରତାର ସହ ନେଉଥିବା ସୈଫ୍ ‘ଲଙ୍କେଶ’ ଚରିତ୍ର ପାଇଁ ଖାସ୍ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏକ ସାକ୍ଷାତକାରରେ ସେ କହିଛନ୍ତି, ଏଭଳି ଜଣେ ରାକ୍ଷସ ଚରିତ୍ର ଅଭିନୟ କରିବା ବେଶ୍ ଆମୋଦଦାୟକ ହେବ।
‘ଲଙ୍କେଶ’ ଚରିତ୍ର ପାଇଁ ପ୍ରସ୍ତୁତ ହେଉଛନ୍ତି ସୈଫ୍
/sambad/media/post_attachments/wp-content/uploads/2020/12/f5h4f5sh4s65fh4sh6f54sf65hfh.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)