ସାରାଙ୍କ ଫିଲ୍ମ ରିଲିଜ୍ ହେବା ଆଗରୁ କ’ଣ ଅନୁଭବ କରୁଛନ୍ତି ପିତା ସୈଫ୍
ମୁମ୍ବାଇ: ସୈଫ୍ ଅଲ୍ଲୀ ଖାନ୍ ତାଙ୍କର ନୂଆ ସିନେମା ‘କାଲାକାଣ୍ଡି’ର ଟ୍ରେଲର ଲଞ୍ଚ ହେବା ସମୟରେ ନିଜ ଝିଅ ସଂପର୍କରେ ଏକ କଥା କହିଛନ୍ତି। ତାହା ହେଲା ଯେ ସାରାର ସିନେମା ‘କେଦାରନାଥ୍’ ରିଲିଜ୍ ହେବା ପୂର୍ବରୁ ତାଙ୍କୁ ଲାଗୁଛି ସତେ ଯେମିତି ନିଜର ପ୍ରଥମ ସିନେମା ରିଲିଜ୍ ହେବାକୁ ଯାଉଛି। କିଛି ଦିନତଳେ ସାରାଙ୍କ ବାପା ଅଭିନେତା ସୈଫ୍ ଅଲ୍ଲୀ ଖାନ୍ ଝିଅ ଉଦ୍ଦେଶ୍ୟରେ କେତେକ ଟିପସ୍ ଦେଇଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ସେ ପରାମର୍ଶ ଦେଇଥିଲେ କି ବଲିଉଡରେ ଗସିପ୍ ଚାଲିଥାଏ ।ଏଥିରୁ ସାରା ବି ବାଦ୍ ପଡ଼ିବେ ନାହିଁ। କିନ୍ତୁ ଏହାକୁ ଗୁରୁତ୍ୱ ନ ଦେବା ଲାଗି ସୈଫ ସାରାଙ୍କୁ ପରାମର୍ଶ ଦେଇଥିଲେ। ସେ ଆହୁରି ମଧ୍ୟ କହିଥିଲେ ଯେ ସୁଶାନ୍ତ ସିଂହ ରାଜପୁତ୍ ଜଣେ ଭଲ ହିରୋ ଏବଂ ଅଭିଷେକ କପୁର ଜଣେ ଭଲ ନିର୍ଦ୍ଦେଶକ। ସବୁଠୁ ବଡ଼ କଥା ହେଲା ସେ ସାରା ଭଲ ପରିବେଶରେ ବଢ଼ିଛନ୍ତି। ଏଣୁ ସେ ନମ୍ର ଏବଂ ସମସ୍ତଙ୍କୁ ସମ୍ମାନ ଦେଇ ଜାଣନ୍ତି। ସୈଫ୍ ନିଜ ଝିଅକୁ ଅନ୍ୟ ଏକ ପରାମର୍ଶ ବି ଦେଇଥିଲେ। ତାହା ହେଲା ଯେ ବଲିଉଡରେ ପ୍ରବଳ ପ୍ରତିଦ୍ୱନ୍ଦିତା ଚାଲିଛି। ଏଣୁ ସେଥିରେ ସାମିଲ ନ ହୋଇ ବରଂ ନିଜ ପାଇଁ ଏକ ସ୍ୱତନ୍ତ୍ର ସ୍ଥାନ ତିଆରି କରିବାରେ ମନ ଦିଅନ୍ତୁ ବୋଲି କହିଛନ୍ତି ଅଭିନେତା ସୈଫ୍ ଅଲ୍ଲୀ ଖାନ୍ । କୌଣସି ବିପରୀତ ପରିସ୍ଥିତିରେ ବି ବିଚଳିତ ନ ହେବାକୁ କହିଛନ୍ତି। ସୈଫ୍ ଆଶାବାଦୀ ଯେ ସାରା ଜଣେ ଭଲ ଅଭିନେତ୍ରୀ ହେବେ।