ବାପା ସୈଫ୍‌ଙ୍କ ସହ ନଜର ଆସିବେ ସାରା !

ମୁମ୍ବାଇ: ସୈଫ୍‌ ଅଲ୍ଲୀ ଖାନ୍‌ ଓ ଅମ୍ରିତା ସିଂହଙ୍କ କନ୍ୟା ସାରା ଅଲ୍ଲୀ ଖାନ୍‌ ବଲିଉଡରେ ପ୍ରବେଶ କରିବା ପରଠୁଁ ସବୁଠାରୁ ଅଧିକ ଚର୍ଚ୍ଚାରେ ରହିଛନ୍ତି। ସେ ଅଭିଷେକ କପୁରଙ୍କ ନିର୍ଦ୍ଦେଶିତ ‘କେଦାରନାଥ୍‌’ ଜରିଆରେ ବଲିଉଡରେ ଡେବ୍ୟୁ କରିଛନ୍ତି। ଏହି ସିନେମା ଚଳିତ ବର୍ଷ ନଭେମ୍ବର୨୮ ତାରିଖରେ ରିଲିଜ୍‌ ହେବ ବୋଲି ଜଣାଯାଇଛି। ଏଥିରେ ସୁଶାନ୍ତ ସିଂହ ରାଜପୁତଙ୍କ ବିପକ୍ଷରେ ନଜର ଆସିବେ ସାରା।
ଠିକ୍‌ ସେହିପରି ସାରା ଅଲ୍ଲୀ ଖାନ୍‌ଙ୍କ ଅଭିନୀତ ଦ୍ୱିତୀୟ ସିନେମା ‘ସିମ୍ବା’ରିଲିଜ୍‌ ହେଉଛି ଡ଼ିସେମ୍ବର ୨ ତାରିଖରେ। ପ୍ରଖ୍ୟାତ ନିର୍ଦ୍ଦେଶକ ରୋହିତ ସେଟ୍ଟୀଙ୍କ ‘ସିମ୍ବା’ରେ ସାରା ରଣବୀର ସିଂହଙ୍କ ସହ କାମ କରିଛନ୍ତି।
‘କେଦାରନାଥ’ ଓ ‘ସିମ୍ବା’ ପରେ ସାରା ଅଲ୍ଲୀ ଖାନ୍‌ କେଉଁ ସିନେମାରେ କାମ କରିବେ,ତାକୁ ନେଇ ବେଶ୍‌ କିଛି ଦିନ ହେବ ଆକଳନ ଚାଲିଛି।
ଏବେ ଏକ ଚମକପ୍ରଦ ଖବର ଆସିଛି। ତାହା ହେଲା ଯେ, ସାରା ଅଲ୍ଲୀ ଖାନ୍‌ଙ୍କୁ ଏକ ନୂଆ ଫିଲ୍ମର ଅଫର୍‌ ମିଳିଛି।ଏହାର କାହାଣୀ ପିତା-କନ୍ୟାଙ୍କ ଉପରେ ଆଧାରିତ। ଏହି ଫିଲ୍ମରେ ସାରାଙ୍କ ପିତା ଭୂମିକା ନିଭାଇବାକୁ ଅଭିନେତା ସୈଫ୍‌ ଅଲ୍ଲୀ ଖାନ୍‌ଙ୍କୁ ମଧ୍ୟ ପ୍ରସ୍ତାବ ମିଳିଛି।


ହଁ ଜଣାଶୁଣା ନିର୍ଦ୍ଦେଶକ ନିତିନ କକଡ ତାଙ୍କର ଫିଲ୍ମ ପାଇଁ ଏହି ଅଫର୍‌ ଦେଇଛନ୍ତି। ତାଙ୍କ କହିବା ଅନୁଯାୟୀ,ଉଭୟେ ସୈଫ୍‌ ଓ ସାରା ତାଙ୍କର ସ୍କ୍ରିପ୍ଟକୁ ପସନ୍ଦ କରିଛନ୍ତି। ନିତିନ ଏହା ପୂର୍ବରୁ ‘ଫିଲ୍ମସ୍ତାନ୍‌’ ଟାଇଟଲରେ ଏକ ଭିନ୍ନ ସ୍ୱାଦର ସିନେମା ତିଆରି କରିଥିଲେ। ଯଦି ଏହି ଅଫର୍‌କୁ ଦୁହେଁ ସ୍ୱୀକାର କରନ୍ତି,ତେବେ ପରଦାରେ ସୈଫ୍‌-ସାରାଙ୍କୁ ଏକାଠି ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର