ଭଉଣୀଙ୍କୁ ଅନୁସରଣ କରି ମଡେଲିଂରେ ପାଦ ଥାପିଲେ ସୈଫଙ୍କ ପୁଅ

ମୁମ୍ବାଇ: ଭଉଣୀ ସାରାଙ୍କୁ ଅନୁସରଣ କରି ବଲିଉଡ୍ ଆଡକୁ ମୁହାଁଉଛନ୍ତି ଅଭିନେତା ସୈଫ୍ ଅଲ୍ଲି ଖାନଙ୍କ ପୁଅ ଇବ୍ରାଇମ୍ ଅଲ୍ଲି ଖାନ୍ । ଭଉଣୀ ସାରାଙ୍କ ସହ ମିଶି ଇବ୍ରାଇମ୍ କରିଛନ୍ତି ଫଟୋସୁଟ୍ । ହାଲୋ ଇଣ୍ଡିଆ ମାଗାଜିନ୍ ପାଇଁ ଏହି ଭାଇ-ଭଉଣୀ ଯୋଡି କରିଛନ୍ତି ଫଟୋସୁଟ୍ । ଭାଇ-ଭଉଣୀଙ୍କ ଯୁଗଳବନ୍ଦୀ ବେଶ ଏକ ମାଗାଜିନରେ ଦେଖିବାକୁ ମିଳିଛି ।

Photo-Hello

ହାଲୋର ଅକ୍ଟୋବର୍ ମାସ ସଂସ୍କରଣର କଭର୍ ପେଜରେ ନଜର ଆସିଛନ୍ତି ସୈଫ୍ ଅଲ୍ଲି ଖାନ୍ ଓ ଅମ୍ରିତା ରାଓଙ୍କ ପୁଅ ଝିଅ ସାରା ଅଲ୍ଲି ଖାନ୍ ଓ ଇବ୍ରାଇମ୍ ଅଲ୍ଲି ଖାନ୍ । ପ୍ରଥମ ଥର ପାଇଁ ଏହି ଭାଇ-ଭଉଣୀ ଯୋଡିଙ୍କୁ ଏଭଳି ଫ୍ୟାସନ୍ ଫଟୋସୁଟରେ ଦେଖିବାକୁ ମିଳିଛି ।

ଦୁହିଁଙ୍କୁ ପାରମ୍ପରିକ ଗେଟ୍ଅପ୍ ସହ ମଡର୍ଣ୍ଣ ଆଉଟଫିଟରେ ମଧ୍ୟ ଦେଖିବାକୁ ମିଳିଛି | ଏହି ସମୟର କିଛି ଫଟୋଗ୍ରାଫ୍ସ ଏବେ ସୋସିଆଲ ମିଡିଆରେ ସେୟାର୍ କରିଛନ୍ତି ଅଭିନେତ୍ରୀ ସାରା ଅଲ୍ଲି ଖାନ୍ । ସାରାଙ୍କ କ୍ୟାରିୟରର ପ୍ରଥମ ୨ଟି ସିନେମା କେଦାରନାଥ ଓ ସିମ୍ବା ସୁପରହିଟ ହୋଇ ପାରିଛି । ବର୍ତ୍ତମାନ ଭଉଣୀ ସାରାଙ୍କୁ ଅନୁସରଣ କରି ଏବେ ତାଙ୍କ ରାସ୍ତା ଧରିଛନ୍ତି ଭାଇ ଇବ୍ରାଇମ୍ ଅଲ୍ଲି ଖାନ୍ ।

ସମ୍ବନ୍ଧିତ ଖବର