ମୁମ୍ବାଇ: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ ପୁଣିଥରେ ସୋସିଆଲ ମିଡିଆରେ ଚର୍ଚ୍ଚାର ପରିସରକୁ ଆସିଛନ୍ତି। ଧୋନି ନିଜ ଇନ୍ଷ୍ଟାଗ୍ରାମ୍ ଭିଡିଓରେ ପତ୍ନୀ ସାକ୍ଷୀଙ୍କ ସହିତ ପୁରୁଣା ଭିଡିଓ ସେୟାର କରିଛନ୍ତି। ଯାହାକୁ ଗୋଟିଏ ଘଣ୍ଟାରେ ୧୩.୫ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
ଇନ୍ଷ୍ଟାଗ୍ରାମ୍ରେ ଧୋନୀ ସ୍ତ୍ରୀ ସାକ୍ଷୀଙ୍କ ଯେଉଁ ଭିଡିଓ ସେୟାର କରିଛନ୍ତି, ସେଥିରେ ଦେଖିବାକୁ ମିଳୁଛି ପ୍ରଥମେ ଧୋନୀ ଏକ ବିଜ୍ଞାପନ କ୍ୟାମ୍ପେନ ସଂଳାପର ଏକ ଲାଇନ୍କୁ ଦେଖିକରି ପଢ଼ୁଛନ୍ତି। ଏହାପରେ ସାକ୍ଷୀ ମଧ୍ୟ ଉକ୍ତ ସଂଳାପକୁ ଦେଖିକରି ପଢ଼ିବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ ପଢ଼ି ପାରୁ ନାହାନ୍ତି।
ଏହାକୁ ଦେଖି ଧୋନୀ ତାଙ୍କୁ ମଜାଳିଆ ଭାବେ କମେଣ୍ଟ କରି କହୁଛନ୍ତି, ସଂଳାପ ତ କହିପାରୁ ନାହଁ, ଏହାର ଡେଲିଭରି କେମିତି କରିବ। କିଛି ସମୟ ପରେ ପୁଣି ସାକ୍ଷୀ ଏହି ସଂଳାପକୁ ପଢ଼ିବାକୁ ଚେଷ୍ଟା କରିଥିଲେ । କିନ୍ତୁ ଯେତେ ଚେଷ୍ଟା କରିଥିଲେ ବି ସେ ଏହି ସଂଳାପକୁ କହି ପାରି ନଥିଲେ। ଏହି ଭିଡିଓଟି ଏକ ବର୍ଷ ପୁରୁଣା ହୋଇଥିବା ବେଳେ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।