ମୁମ୍ବାଇ: ଡିସେମ୍ବର ୨୨ରେ ରିଲିଜ୍ ହୋଇଥିଲା ସୁପରଷ୍ଟାର ପ୍ରଭାସଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ସାଲାର’। ଏହି ଫିଲ୍ମର ଟିଜର ଓ ଟ୍ରେଲର ଧମାଲ ମଚାଇଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ାଇଥିଲା। ଫିଲ୍ମ ରିଲିଜ୍ ପରେ ବାହୁବଲୀ ପରେ ଏହା ପ୍ରଭାସଙ୍କ ବ୍ଲକବଷ୍ଟର ଫିଲ୍ମ ହେବ ବୋଲି ସିନେ ସମୀକ୍ଷକ ମତ ରଖିଥିଲେ। ପ୍ରଥମ ଦିନର ଆୟରୁ ଏହା ପ୍ରମାଣ ହୋଇଥିଲା। ଓପନିଂ ଡେ’ ଆୟରେ ‘ସାଲାର’ ୨୦୨୩ରେ ରିଲିଜ୍ ହୋଇଥିବା ଫିଲ୍ମ ‘ପଠାନ’, ‘ଯବାନ’, ‘ଆନିମଲ’କୁ କାଟିଥିଲା। ୪୦୦କୋଟି ବଜେଟରେ ନିର୍ମାଣ ହୋଇଥିବା ଫିଲ୍ମ ଖୁବ ଶୀଘ୍ର ବକ୍ସ ଅଫିସ କିଙ୍ଗ ପାଲଟିବ ବୋଲି ସିନେ ସମୀକ୍ଷକ ମତ ରଖିଥିଲେ, ଯାହା ଏବେ ପ୍ରମାଣ ହେବା‌ରେ ଲାଗିଛି।

Advertisment

କାରଣ ଫିଲ୍ମଟି ଏବେ ଏବେ ୬୦୦କୋଟି ଆୟ କରିବାରେ ସଫଳ ହୋଇଛି। ବିଶ୍ବ ବକ୍ସ ଅଫିସ ଆୟକୁ ମିଶାଇ ଫିଲ୍ମଟି ୬୦୦କୋଟି ଆୟ କରିଥିବା ଏକ୍ସରେ ପୋଷ୍ଟ କରି ଜଣାଇଛନ୍ତି ଟ୍ରେଡ ଆନାଲିଷ୍ଟ ମନୋବାଳା ବିଜୟବାଲାନ।

କୁହାଯାଉଛି ଯେ, ପ୍ରଭାସ ‘ସାଲାର’ରେ ତାଙ୍କର ମୁଖ୍ୟ ଭୂମିକା ପାଇଁ ୧୦୦କୋଟି ଟଙ୍କା ପାରିଶ୍ରମିକ ନେଇଛନ୍ତି। ଏହା ସହ ଫିଲ୍ମ କରିବାକୁ ଥିବା ଲାଭରୁ ୧୦ପ୍ରତିଶତ ନେବେ ପ୍ରଭାସ। ଏହା ସହ ମୁଖ୍ୟ ଅଭିନେତ୍ରୀ ଶ୍ରୁତି ହସନଙ୍କ କଥା କହିବାକୁ ଗଲେ ସେ ଏହି ଫିଲ୍ମ ପାଇଁ ୮କୋଟି ଟଙ୍କା ନେଇଛନ୍ତି।