ନୂଆଦିଲ୍ଲୀ: ସାଉଥ ସୁପରଷ୍ଟାର ଅଭିନେତା ପ୍ରଭାସଙ୍କ ଫିଲ୍ମ 'ସାଲାର'ରୁ ପୃଥ୍ବୀରାଜ ସୁକୁମାରନଙ୍କ ପ୍ରଥମ ଲୁକ ନିକଟରେ ମୁକ୍ତିଲାଭ କରିଥିଲା। ଫିଲ୍ମରେ ଥିବା ପ୍ରଭାସଙ୍କ ଲୁକ୍ ରିଲିଜ୍ ହୋଇସାରିଛି। ଫିଲ୍ମ ରିଲିଜ୍ ପାଇଁ ଅନେକ ସମୟ ବାକି ଥିବା ବେଳେ ପ୍ରତ୍ୟେକ ପୋଷ୍ଟର ସହିତ ଦର୍ଶକଙ୍କ ଉତ୍ସାହ ବଢ଼ିବାରେ ଲାଗିଛି। ତେବେ ସାଲାରକୁ ନେଇ ଦର୍ଶକଙ୍କ ଉତ୍ସାହ ବଢ଼ୁଥିବା ବେଳେ ଏହାର ଅର୍ଥ ଜାଣିବା ପାଇଁ ଦର୍ଶକ ଇଚ୍ଛା ପ୍ରକାଶ କରୁଥିବା ଜଣାପଡ଼ିଛି। ଆଜି ଆମେ ଏହାର ଅର୍ଥ ଜଣାଇବୁ।
ପ୍ରଭାସଙ୍କ ଅଭିନୀତ ଫିଲ୍ମ 'ସାଲାର' ଅର୍ଥ ହେଉଛି ନେତା କିମ୍ବା ହିରୋ। ଏହି ଶବ୍ଦଟି କମାଣ୍ଡର କିମ୍ବା ମୁଖିଆଙ୍କୁ ସମ୍ବୋଧନ କରିବା ପାଇଁ ମଧ୍ୟ ବ୍ୟବହୃତ ହୁଏ। ଫିଲ୍ମରେ ପ୍ରଭାସଙ୍କ ଲୁକ୍ ଅତ୍ୟନ୍ତ ଘାତକ ଭାବେ ଦର୍ଶାଯାଇଛି ଏବଂ ଫିଲ୍ମର ଟ୍ରେଲର ବହୁତ ଜୋରଦାର ହେବ ବୋଲି ଆଶା କରାଯାଉଛି। ଏହି ଚଳଚ୍ଚିତ୍ର ମାଧ୍ୟମରେ ପ୍ରଭାସ ତାଙ୍କ ବାହୁବଲୀର ରେକର୍ଡକୁ ଭାଙ୍ଗିବେ ବୋଲି କୁହାଯାଉଛି।
ଫିଲ୍ମ ବାହୁବଲୀ ବ୍ଲକବଷ୍ଟର ହୋଇଥିବା ବେଳେ ଏହା ପରେ ପ୍ରଭାସ ଯେତେ ବି ଫିଲ୍ମ କରିଥିଲେ, ତାହାର ବଜେଟ ଅଧିକ ଥିଲେ ବି ଫିଲ୍ମଗୁଡ଼ିକ ଭଲ ବ୍ୟବସାୟ କରିପାରିନଥିଲା। ଏମଧ୍ୟରେ ଫିଲ୍ମ 'ସାଲାର' ପ୍ରଭାସଙ୍କ ଭାଗ୍ୟ ବଦଳାଇବ ବୋଲି ଆଶା କରାଯାଉଛି।