ମୁମ୍ବାଇ: ଚଳିତ ବର୍ଷ ଇଦ ଅବସରରେ ରିଲିଜ ହୋଇଥିଲା ବଲିଉଡର ଦବଙ୍ଗ ଖାନ ସଲମାନଙ୍କ ଫିଲ୍ମ ରାଧେ | ଅନେକ ଦିନର ବ୍ୟବଧାନ ପରେ ସଲମାନଙ୍କ କିଛି ଫିଲ୍ମ ରିଲିଜ ହେଉଥିବାରୁ ଦର୍ଶକ ମଧ୍ୟ ଖୁବ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା କରିଥିଲେ | ହେଲେ ଫିଲ୍ମ ରିଲିଜ ପରେ ଦର୍ଶକଙ୍କ ସେତେଟା ମନ କିଣି ପାରିନଥିଲା | ପୂର୍ବରୁ ଅନେକ ଫିଲ୍ମ କ୍ରିଟିକ୍ସ ରାଧେକୁ ସମାଲୋଚନା କରିଥିବା ବେଳେ ଏବେ ସଲମାନଙ୍କ ବାପା ସଲିମ ଖାନ ମଧ୍ୟ ଫିଲ୍ମକୁ ପସନ୍ଦ କରିନଥିବା କହିଛନ୍ତି |
/sambad/media/post_attachments/85bce2e04277c8e714fcd6df8ce1836dc96fb30876bfe6c0ae951d70cc6552a3.jpg)
ତାଙ୍କ କହିବା ମୁତାବକ, ରାଧେ ଆଦୌ ଏକ ଭଲ ଚଳଚ୍ଚିତ୍ର ନୁହେଁ, କିନ୍ତୁ ବ୍ୟବସାୟିକ ସିନେମାର ଏକ ଦାୟିତ୍ୱ ଅଛି ଯେ ପ୍ରତ୍ୟେକ ବ୍ୟକ୍ତି ଟଙ୍କା ପାଇପାରିବେ | କଳାକାରଙ୍କଠାରୁ ପ୍ରଯୋଜକ, ବିତରକ, ପ୍ରଦର୍ଶକ ଏବଂ ପ୍ରତ୍ୟେକ ଷ୍ଟେକହୋଲଡର ପର୍ଯ୍ୟନ୍ତ ଟଙ୍କା ପାଇବା ଉଚିତ୍ | ଯିଏ ସିନେମା କିଣେ ସେ ଟଙ୍କା ପାଇବା ଉଚିତ | ଏହିଭଳି ଭାବେ ସିନେମା ତିଆରି ଏବଂ ବ୍ୟବସାୟର ଚକ୍ର ଚାଲିଥାଏ | ଏହି ଆଧାରରେ ସଲମାନ ଅଭିନୟ କରିଛନ୍ତି। ଚଳଚ୍ଚିତ୍ରର ଷ୍ଟେକହୋଲଡରମାନେ ଏହାର ଲାଭ ଉଠାଉଛନ୍ତି | ଅନ୍ୟଥା, ରାଧେ ସେତେ ଭଲ ଫିଲ୍ମ ନୁହେଁ |