ନୂଆଦିଲ୍ଲୀ: ପାକିସ୍ତାନରେ ଜନ୍ମ ହୋଇଥିବା ବ୍ରିଟିଶ ଅଭିନେତ୍ରୀ ସଲମା ଆଗାଙ୍କ ଝିଅ ଜାରା ଖାନ ମୁମ୍ବାଇର ଓସିୱାରା ପୁଲିସ ଷ୍ଟେସନରେ ତାଙ୍କୁ ଇନଷ୍ଟାଗ୍ରାମରେ ଦୁଷ୍କର୍ମ ଧମକ ମିଳିଥିବା ଅଭିଯୋଗ କରିଛନ୍ତି।
ଜାରା ଅଭିଯୋଗ କରି କହିଛନ୍ତି, ଅକ୍ଟୋବର ୨୮ରୁ ନଭେମ୍ବର ୩ ତାରିଖ ମଧ୍ୟରେ ଜଣେ ଅଚିହ୍ନା ବ୍ୟକ୍ତି ଇନଷ୍ଟାଗ୍ରାରେ ତାଙ୍କୁ ଦୁଷ୍କର୍ମ ଧମକ ଦେଉଥିଲେ। ପୁଲିସ ଜାରାଙ୍କ ଅଭିଯୋଗ ପରେ ତଦନ୍ତ ଆରମ୍ଭ କରି ଅଭିଯୁକ୍ତକୁ ଗିରଫ କରି ନେଇଛି।
ପ୍ରକାଶିତ ରିପୋର୍ଟ ମୁତାବକ, ଜାରାଙ୍କ ଅଭିଯୋଗ ପରେ ଯାଞ୍ଚ କରୁଥିବା ସମୟରେ ପୁଲିସ ଜାଣିବାକୁ ପାଇଥିଲା କି ଧମକ ଦେଉଥିବା ବ୍ୟକ୍ତି ଜଣକ ହାଇଦ୍ରାବାଦର ଜଣେ ୨୩ବର୍ଷର ଏମବିଏ ଛାତ୍ର।
ଓସିୱାରା ଥାନାର ବରିଷ୍ଠ ଇନ୍ସପେକ୍ଟରଙ୍କ କହିବାନୁସାରେ, ପୀଡିତାଙ୍କ ଅଭିଯୋଗ ପରେ ସାଇବର ସେଲକୁ ସୂଚନା ଦିଆଯାଇଥିଲା। ଏହାଦ୍ବାରା ସ୍ଥାନୀୟ ଆଇପି ଆଡ୍ରେସ ବିଷୟରେ ଜଣାପଡ଼ିଥିଲା। ଅଭିଯୁକ୍ତ ନାମ ଜୁରା ସରବର ବୋଲି ଜଣାପଡ଼ିଛି। ଅଭିଯୁକ୍ତ ଜୁରା ଇନଷ୍ଟାଗ୍ରାମରେ ନିଜର ଏକ ନକଲି ଆଇଡି କରି ଏଭଳି କାମ କରୁଥିବା ଜଣାପଡ଼ିଛି।
ଭାରତୀୟ ଦଣ୍ଡବିଧାନ ଆଇନ ଅନୁଯାୟୀ ଅଭିଯୁକ୍ତ ବିରୋଧରେ ଧାରା ୩୫୪(ଏ), ୩୫୪(ବି),୫୦୯,୫୦୬ ଓ ସୂଚନା ପ୍ରଯୁକ୍ତ ଅଧିନିୟମ (୬୭)ଏରେ ମାମଲା ରୁଜୁ କରାଯାଇଛି।ଜାରା ଖାନ ବଲିଉଡ ସିନେମା ‘ଔରଙ୍ଗଜେବ’ରୁ ଡେବ୍ୟୁ କରିଥିଲେ। ଏହାପରେ ସେ ‘ଦେଶୀ କଟ୍ଟେ’ରେ ବି କାମ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/thequint_2020-12_67630555-4cee-49a6-8c2e-2bc78da98ae1_zarakhan_127953334_1539882336212094_2954771233885870709_n.jpg)