ଏତେ ଜଣ ପ୍ରେମିକା ଥାଇ ମଧ୍ୟ କ’ଣ ପାଇଁ କାହାକୁ ବିବାହ କରି ପାରି ନାହାନ୍ତି ସଲମାନ, କାରଣ ଜଣାଇଲେ ବାପା ସଲିମ୍‌

ମୁମ୍ବାଇ : ବଲିଉଡ୍‌ରେ ଏବେ ଦବଙ୍ଗ ଖାନ୍‌ ସଲମାନଙ୍କ ବିବାହକୁ ନେଇ ତାଙ୍କ ପ୍ରଶଂସକମାନେ ଚିନ୍ତା କରିବା ଆରମ୍ଭ କଲେଣି । ବୟସ ବଢ଼ି ଚାଲିଥିବା ବେଳେ ସଲମାନ ନିଜ ପାଇଁ ଜଣେ ଝିଅ ଠିକ୍‌ କରି ପାରି ନଥିବା ଦେଖାଯାଇଛି । ଅନେକ ଥର ତାଙ୍କ ନାଁ ଅନେକ ମଡ଼େଲ ଏବଂ ଅଭିନେତ୍ରୀଙ୍କ ସହ ଯୋଡ଼ା ଯାଇଥିଲେ ମଧ୍ୟ ସେ କାହାକୁ ବିବାହ କରିବା ପାଇଁ ରାଜି ହୋଇ ନାହାନ୍ତି । ଏବେ ଏହା ପଛର କାରଣ ଜଣାଇଛନ୍ତି ସଲମାନ ଖାନ୍‌ଙ୍କ ବାପା ସଲିମ୍‌ ଖାନ୍‌ ।

filmicloud.com

ଏକ ସାକ୍ଷାତକାରେ ସଲମାନ ଏବଂ ତାଙ୍କ ମା’ ସଲମା ଯୋଗ ଦେଇଥିବା ବେଳେ ବାପା ସଲିମ୍‌ ଭିଡ଼ିଓ କନ୍‌ଫରେନ୍ସିଙ୍ଗ ଜରିଆରେ ସୋ’ରେ ଯୋଗ ଦେଇଥିଲେ । ସାକ୍ଷାତକାରରେ ସଲମାନଙ୍କ ବିବାହ କଥା ଉଠିବାରୁ ସଲମାନ ତାଙ୍କ ମା’ଙ୍କ ପାଇଁ ବିବାହ କରି ପାରୁ ନଥିବା କହିଥିଲେ ସଲିମ୍‌ । ସଲମାନ କାମ କରୁଥିବା ଅଭିନେତ୍ରୀଙ୍କୁ ଭଲ ପାଇ ବସନ୍ତି ସତ । କିନ୍ତୁ ବିବାହ ପାଇଁ ସେ ସେହି ଝିଅ ମଧ୍ୟରେ ନିଜ ମା’ଙ୍କ ଗୁଣ ଦେଖିବାକୁ ଚାହିଁଥାନ୍ତି, ଯାହା ସମ୍ଭବ ହୋଇ ନଥାଏ । ଏହି କାରଣ ପାଇଁ ସେ ନିଜ ପ୍ରେମିକାମାନଙ୍କୁ ବିବାହ କରି ପାରି ନାହାନ୍ତି ବୋଲି କହିଥିଲେ ବାପା ସଲିମ୍‌ ଖାନ୍‌ ।

ସମ୍ବନ୍ଧିତ ଖବର