ସଲମାନ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିବା ସମୟରେ କୋଳରେ ଖେଳିବାର ବୟସରେ ଥିଲେ ତାଙ୍କର ଏହି ୫ ନାୟିକା

ବଲିଉଡ୍‌ର ଦବଙ୍ଗ ଖାନ୍‌ ସଲମାନଙ୍କ ଆଗରେ ବୟସ ହାର୍‌ ମାନିଛି । ୫୨ବର୍ଷରେ ପାଦ ଦେଇଥିଲେ ମଧ୍ୟ ଆଜି ବି ତାଙ୍କ କ୍ରେଜ୍‌ ଯୁବପିଢ଼ିଙ୍କ ଉପରେ ରହିଛି । ତାଙ୍କ ଠାରୁ ବୟସରେ ଅନେକ ଛୋଟ ହୋଇଥିବା ଅଭିନେତ୍ରୀମାନେ ମଧ୍ୟ ତାଙ୍କ ସହ କାମ କରିବା ପାଇଁ ଅନାଇ ବସିଛନ୍ତି । ତେବେ ଆଜି ଆମେ ସେଭଳି କିଛି ଅଭିନେତ୍ରୀଙ୍କ ବିଷୟରେ ଆପଣଙ୍କୁ ଜଣାଇବାକୁ ଯାଉଛୁ ଯେଉଁମାନେ ସଲମାନଙ୍କଠାରୁ ବୟସରେ ଢ଼େର ସାନ ହୋଇଥିଲେ ମଧ୍ୟ ପରଦା ଉପରେ ତାଙ୍କ ସହ ରୋମାନ୍ସ କରିଛନ୍ତି ।

୧.ପ୍ରଥମେ କଥା ହେବା କ୍ୟାଟ୍ରିନା କୈଫ୍‌ଙ୍କ ବିଷୟରେ । ୧୯୮୮ରେ ସଲମାନ ଫିଲ୍ମରେ ନିଜ କ୍ୟାରିୟର ଆରମ୍ଭ କରିଥିଲେ, ସେ ସମୟରେ କ୍ୟାଟ୍ରିନାଙ୍କୁ ହୋଇଥିଲା ମାତ୍ର ୫ବର୍ଷ ।

DNA India

୨.ସୁଲ୍‌ତାନ ଫିଲ୍ମରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ ଅଭିନେତ୍ରୀ ଅନୁଷ୍କା ଶର୍ମା । ଫିଲ୍ମରେ ଦୁଇ ଜଣଙ୍କ ଯୋଡ଼ିକୁ ଦର୍ଶକେ ପସନ୍ଦ କରିଥିଲେ । ସଲମାନଙ୍କ ବଲିଉଡ୍‌ ଡ଼େବ୍ୟୁ ସମୟରେ ଅନୁଷ୍କାଙ୍କୁ ମାତ୍ର ୩ବର୍ଷ ହୋଇଥିଲା ।

DNA India

୩.ଅଭିନେତ୍ରୀ କରୀନା କପୁର ଖାନ୍‌ ୨୦୦୦ ମସିହାରେ ବଲିଉଡ୍‌ରେ ପାଦ ରଖିଥିଲେ । ସଲମାନଙ୍କ ସହ ସେ ବଡ଼ିଗାର୍ଡ଼ ଏବଂ ବଜରଙ୍ଗି ଭାଇଜାନ ଭଳି ଫିଲ୍ମ କରି ସାରିଥିବା ବେଳେ ତାହା ବ୍ଲକ୍‌ବଷ୍ଟର ସାବ୍ୟସ୍ତ ହୋଇଛି । କିନ୍ତୁ ସଲମାନ ବଲିଉଡ୍‌ ଡ଼େବ୍ୟୁ କରିବା ସମୟରେ କରୀନାକୁ ମାତ୍ର ୮ବର୍ଷ ହୋଇଥିଲା ।

Free Press Journal

୪.ଫିଲ୍ମ କିକ୍‌ ଏବଂ ରେସ୍‌-୩ରେ ସଲମାନଙ୍କ ସହ ସ୍କ୍ରିନ୍‌ ସେୟାର କରିଥିଲେ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌ । କିନ୍ତୁ ସଲମାନଙ୍କ ଡ଼େବ୍ୟୁ ସମୟରେ ଜାକ୍‌ଲିନ୍‌ଙ୍କୁ ମାତ୍ର ୩ବର୍ଷ ହୋଇଥିଲା ବୋଲି ଜଣାପଡ଼ିଛି ।

bollywoodpapa.com

୫.ଫିଲ୍ମ ଦବଙ୍ଗରୁ ବଲିଉଡ୍‌ରେ ନିଜର କ୍ୟାରିୟର ଆରମ୍ଭ କରିଥିଲେ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସଲମାନ ନିଜ କ୍ୟାରିୟର ଆରମ୍ଭ କରୁଥିବା ବେଳେ ବର୍ଷକର ହୋଇଥିଲେ ସୋନାକ୍ଷୀ ।

The Express Tribune
ସମ୍ବନ୍ଧିତ ଖବର