ସଲମାନଙ୍କୁ ମିଳିଲା ଆଶ୍ୱସ୍ତି : ଏବେ ବିଦେଶ ଯିବା ପୂର୍ବରୁ ନେବାକୁ ପଡ଼ିବ ନାହିଁ ଅନୁମତି
ମୁମ୍ବାଇ : ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କୁ ଏବେ ମୁକ୍ତି ମିଳିଛି । ସବୁ ଥର ବିଦେଶ ଯିବା ପୂର୍ବରୁ ତାଙ୍କୁ ଅଦାଲତଙ୍କଠାରୁ ଅନୁମତି ନେବାକୁ ପଡ଼ୁଥିବା ବେଳେ ଏବେ ତାଙ୍କୁ ସେପରି କରିବାକୁ ପଡ଼ିବ ନାହିଁ । ଯୋଧପୁର ଅଦାଲତ ସଲମାନଙ୍କୁ ଏଥିରୁ ମୁକ୍ତି ଦେବା ସହ ଏବେ ତାଙ୍କୁ ବିଦେଶ ଯିବା ପୂର୍ବରୁ ଅନୁମତି ନେବାକୁ ପଡ଼ିବ ନାହିଁ ବୋଲି ରାୟ ଦେଇଛନ୍ତି ଅଦାଲତ । ଏହି ଖବରର ଖୁଲାସା କରିଛନ୍ତି ସଲମାନଙ୍କ ଓକିଲ ଏଚ୍ଏମ୍ ସାରସ୍ୱତ୍ । ତାଙ୍କ କହିବା ଅନୁଯାୟୀ, ସଲମାନଙ୍କୁ ଏବେ ଅଦାଲତଠାରୁ ଅନୁମତି ମାଗିବାକୁ ପଡ଼ିବ ନାହିଁ । କିନ୍ତୁ ସେ କେଉଁଠିକୁ ଯାଉଛନ୍ତି,କେଉଁଠି ରହୁଛନ୍ତି,ଯାତ୍ରାର ସମୟ ଏବଂ ତାରିଖ ଏବଂ କ’ଣ ପାଇଁ ଯାଉଛନ୍ତି ସେ ବିଷୟରେ ଜଣାଇବାକୁ ପଡ଼ିବ ।
Sambad is now on WhatsApp
Join and get latest news updates delivered to you via WhatsApp
ସୂଚନା ମୁତାବକ, କୃଷ୍ଣସାର ମୃଗ ହତ୍ୟା ମାମଲାକୁ ନେଇ ସଲମାନଙ୍କୁ ଯୋଧପୁର ଅଦାଲତ ବିଦେଶ ଯିବା ପୂର୍ବରୁ ଅନୁମତି ନେବାକୁ ହେବ ବୋଲି କହିଥିଲେ । ଏବେ ଏଥିରେ ପରବର୍ତ୍ତନ କରାଯାଇ ତାଙ୍କୁ ଆଉ ଅନୁମତି ନେବାକୁ ପଡ଼ିବ ନାହିଁ ବୋଲି ଅଦାଲତ କହିଛନ୍ତି।