ମୁମ୍ବାଇ : ବଲିଉଡ୍ରେ ସଲମାନ ଖାନ୍ ଗଡ୍ଫାଦର ବୋଲି ସମସ୍ତେ ଜାଣନ୍ତି । ଅନେକ ଅଭିନେତା-ଅଭିନେତ୍ରୀମାନଙ୍କୁ ସେ ବଲିଉଡ୍ରେ ଏଣ୍ଟ୍ରି କରାଇ ସୁପରଷ୍ଟାର ବନାଇଥିବା ବେଳେ ଏବେ ସେ ନିଜ ଭିଣୋଇଙ୍କୁ ସପରଷ୍ଟାର ବନାଇବାରେ ଲାଗି ପଡ଼ିଛନ୍ତି । ସଲମାନ ନିଜ ଭିଣୋଇ ଆୟୁଷ ଶର୍ମାଙ୍କୁ ଫିଲ୍ମ ଲଭ୍ୟାତ୍ରୀ ଜରିଆରେ ବଲିଉଡ୍ରେ ପ୍ରବେଶ କରାଇଥିବା ବେଳେ ଫିଲ୍ମକୁ ସେତେ ଭଲ ସଫଳତା ମିଳି ପାରି ନଥିଲା । ଫିଲ୍ମଟି ଭଲ ବ୍ୟବସାୟ ନ କରିଥିଲେ ମଧ୍ୟ ସଲମାନ ହାର୍ ମାନି ନାହାନ୍ତି ।
/sambad/media/post_attachments/wp-content/uploads/2018/11/download-2-8-300x168.jpg)
ସେ ନିଜ ଭିଣୋଇଙ୍କ ପାଇଁ ଦ୍ୱିତୀୟ ଫିଲ୍ମ ନିର୍ମାଣ କରିବେ ବୋଲି ଜଣାପଡ଼ିଛି । ଫିଲ୍ମ ଲଭୟାତ୍ରୀରେ ଆୟୁଷଙ୍କ ଅଭିନୟ ସଲମାନଙ୍କୁ ଭଲ ଲାଗିବାରୁ ସେ ଆୟୁଷଙ୍କୁ ନେଇ ଦ୍ୱିତୀୟ ଫିଲ୍ମ ନିର୍ମାଣ କରିବାର ନିଷ୍ପତ୍ତିି ନେଇଥିବା ଜଣାପଡ଼ିଛି । ଫିଲ୍ମ ପାଇଁ କାହାଣୀ ଖୋଜିବାରେ ଲାଗି ପଡ଼ିଥିବା ସଲମାନଙ୍କୁ ଗୋଟେ କାହାଣୀ ପସନ୍ଦ ମଧ୍ୟ ଆସିଛି । ଯାହା ଯୁବପିଢ଼ିକୁ ପସନ୍ଦ ଆସିବ ବୋଲି ସଲମାନ ଆଶା ରଖିଛନ୍ତି । ତେବେ ଏହି ଫିଲ୍ମର ନାଁ କ’ଣ ରହିବ ଏବଂ ଆୟୁଷଙ୍କ ଅଭିନେତ୍ରୀ କିଏ ହେବେ ତାହା ଏ ପର୍ଯ୍ୟନ୍ତ ସ୍ପଷ୍ଟ ହୋଇ ପାରି ନାହିଁ ।