ସଲମାନ୍‌ ଲୁଚି ଲୁଚି ଦେଖୁଥିଲେ ଜାହ୍ନବୀଙ୍କ ନାଚ, ଯାହାକୁ ଭାବି ଏବେ ବି ଲାଜେଇ ଯାହାନ୍ତି ଜାହ୍ନବୀ

ମୁମ୍ବାଇ : କିଛି ଦିନ ହେବ ଅଭିନେତ୍ରୀ ଜାହ୍ନବୀ କପୁର ଜୁଲାଇ୨୦ରେ ରିଲିଜ୍‌ ହେବାକୁ ଥିବା ଫିଲ୍ମ ‘ଧଡ଼କ’ ପାଇଁ ଚର୍ଚ୍ଚାରେ ରହିଛନ୍ତି । ଫିଲ୍ମର ଗୀତ ଏବଂ ଟ୍ରେଲର ଏବେ ଚର୍ଚ୍ଚାରେ ରହିଥିବା ବେଳେ ଫିଲ୍ମକୁ ନେଇ ଦର୍ଶକଙ୍କ ଉତ୍ସୁକତା ବଢ଼ିବାରେ ଲାଗିଛି । ଏବେ ଫିଲ୍ମର ମୁଖ୍ୟ କଳାକାର ଜାହ୍ନବୀ କପୁର ଏବଂ ଇଶାନ ଖଟ୍ଟର ଏବେ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଥିବା ବେଳେ ପ୍ରମୋସନ ସମୟରେ ବଲିଉଡ୍‌ର ଦବଙ୍ଗ ଖାନ୍‌ଙ୍କୁ ନେଇ ସେ ଏକ ଖୁଲାସା କରିଥିଲେ । ‘ଓ୍ଵାଣ୍ଟେଡ଼୍‍’ ଫିଲ୍ମର ସୁଟିଂ ଚାଲୁଥିବା ବେଳେ ମୁଁ ବାପାଙ୍କ ସହ ସୁଟିଂ ସେଟ୍‌କୁ ଯାଇଥିଲି । ଏହି ସମୟରେ ପ୍ରଭୁଦେବାଙ୍କୁ ନାଚୁଥିବା ଦେଖି ମୁଁ ଏକ କୋଣକୁ ଯାଇ ନାଚିବାକୁ ଲାଗିଥିଲି ।

MSN.com

କିନ୍ତୁ ସଲମାନ ଖାନ୍‌ ମୋତେ ଲୁଚି ଲୁଚି ନାଚୁଥିବାର ଦେଖୁଥିଲେ ବୋଲି ମୁଁ ଜାଣି ନଥିଲି । ମୁଁ ତାଙ୍କୁ ଦେଖିବା ପରେ ସେ ମୋତେ ତାଙ୍କ ପାଖକୁ ଡ଼ାକି ସମସ୍ତଙ୍କ ଆଗରେ ଆଉ ଥରେ ନାଚିବା ପାଇଁ କହିଥିଲେ । ସେ କହିବା ପରେ ମୁଁ କିଛି ନ ଭାବି ସମସ୍ତଙ୍କ ଆଗରେ ନାଚିବାକୁ ଲାଗିଥିଲି । ସେ ସମୟରେ ମୋତେ ୧୨ବର୍ଷ ହୋଇଥିଲା । ଏବେ ସେ ସମୟ କଥା ଭାବିଲେ ମୋତେ ବହୁତ ଲାଜ ଲାଗେ ବୋଲି ଜାହ୍ନବୀ କହିଥିଲେ ।

ସମ୍ବନ୍ଧିତ ଖବର