ସଞ୍ଜୟ ଦତ୍ତଙ୍କ ଆଗରେ ରଣବୀରଙ୍କୁ ଚାପୁଡ଼ା ମାରିଥିଲେ ସଲମାନ,ପରେ ବାପା ସଲିମ ଖାନ୍‌ କରିଥିଲେ ଏହି କାମ

ମୁମ୍ବାଇ : ବଲିଉଡ୍‌ର କ୍ୟାରିୟର ଆରମ୍ଭ କରିବା ପରଠାରୁ ଦବଙ୍ଗ ଖାନ୍‌ ସଲମାନ୍‌ କୌଣସି ନା କୌଣସି କାରଣରୁ ବିବାଦରେ ଛନ୍ଦି ହୋଇ ଆସିଛନ୍ତି । କେତେବେଳେ ତାଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ହେଉ ତ କେତେବେଳେ ପେସାଦାର ଜୀବନକୁ ନେଇ ବିବାଦ ହୋଇଛି । ଏତେ ସବୁ ବିବାଦ ମଧ୍ୟରେ ଗୋଟେ ବିବାଦ ଏମିତି ଥିଲା, ଯାହା ତାଙ୍କ ପରିବାର ଲୋକଙ୍କୁ ଚିନ୍ତାରେ ପକାଇ ଦେଇଥିଲା ।

bollywoodlife.com

ସୂଚନା ମୁତାବକ, ସଲମାନ୍‌ ମୁମ୍ବାଇର ଏକ ଭିଆଇପି କ୍ଲବ୍‌ରେ ରଣବୀରଙ୍କୁ ଚାପୁଡ଼ା ମାରିଥିଲେ । ଏହି ସମୟରେ ଦୁହିଁଙ୍କ ସହ ଉପସ୍ଥିତ ଥିଲେ ଅଭିନେତା ସଞ୍ଜୟ ଦତ୍ତ । ଘଟଣା ଘଟିବା ସମୟରେ ରଣବୀର ଇଣ୍ଡଷ୍ଟ୍ରିରେ ଏତେ ଲୋକପ୍ରିୟ ନ ଥିଲେ । ସଲମାନ ନିଜର ଫିଲ୍ମ ‘ଓ୍ଵାଣ୍ଟେଡ୍‌’ର ସଫଳ ହେବା ଖୁସିରେ ପାର୍ଟି ଦେଉଥିବା ବେଳେ ଅନ୍ୟ କେହି ଜଣେ ଆସି ଦୁହିଁଙ୍କୁ ଦୁହିଁଙ୍କ ବିରୋଧରେ କହିଥିଲେ । ଏହା ପରେ ଦୁହେଁ ପରସ୍ପର ଉପରେ ରାଗିଯିବା ସହ ଝଗଡ଼ା ଆରମ୍ଭ ହୋଇ ଯାଇଥିଲା । ସଲମାନ ନିଜ ଉପରୁ ନିୟନ୍ତ୍ରଣ ହରାଇ ରଣବୀରଙ୍କୁ ଧକା ଦେଇ ଚାପୁଡ଼ା ମାରି ଦେଇଥିଲେ । ପରେ ସଞ୍ଜୟ ଦତ୍ତ ଦୁହିଁଙ୍କୁ ବୁଝାଇବା ପରେ ରଣବୀର ସେଠାରୁ ଚାଲି ଯାଇଥିଲେ । ଏହି ଘଟଣା ପରେ ସଲମାନ୍‌ଙ୍କ ବାପା ସଲିମ୍‌ ଖାନ୍‌ ରଣବୀର ଏବଂ ତାଙ୍କ ପରିବାର ଲୋକଙ୍କୁ ପରେ ଯାଇ କ୍ଷମା ମାଗିଥିଲେ ।

ସମ୍ବନ୍ଧିତ ଖବର