ହାସ୍ୟ ଅଭିନେତା କପିଲ ଶର୍ମାଙ୍କୁ ଦୀପାବଳିର ଉପହାର ଦେଲେ ଦବଙ୍ଗ ଖାନ୍‌, ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବେ

ମୁମ୍ବାଇ : ଲୋକପ୍ରିୟ ହାସ୍ୟ ଅଭିନେତା କପିଲ ଶର୍ମା ଅନେକ ଦିନର ବ୍ୟବଧାନ ପରେ ପୁଣି ଥରେ ପରଦାକୁ ଫେରୁଥିବା ଖବର ସମସ୍ତଙ୍କ ପାଖରେ ପହଞ୍ଚି ସାରିଥିବ ନିଶ୍ଚୟ । ନିଜ ଜୀବନକୁ ସେ ନୂଆ ଭାବରେ ଆରମ୍ଭ କରିବାକୁ ଯାଉଥିବା ବେଳେ ସୋ’ ସହ ସେ ନିଜ ପ୍ରେମିକା ଗିନ୍ନିଙ୍କୁ ବିବାହ କରିବାକୁ ଯାଉଥିବା ଜଣା ପଡ଼ିଛି । ଏତେ ସବୁ ଖୁସି ମଧ୍ୟରେ କପିଲଙ୍କୁ ଏକ ବଡ଼ ଉପହାର ଦେଇଛନ୍ତି ଦବଙ୍ଗ ଖାନ୍‌ ସଲମାନ । ସେ କପିଲଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱ ତୁଲାଇବେ ବୋଲି କହିଥିବା ବେଳେ କପିଲଙ୍କ ସୋ’କୁ ସଲମାନଙ୍କ ପ୍ରଡ଼କ୍ସନ ହାଉସ୍‌ ତିଆରି କରିବ ବୋଲି ଜଣାପଡ଼ିଛି ।

The Indian Express

ବିବାହ ପରେ କପିଲ ନିଜ ସୋ’ର ସୁଟିଂ ଆରମ୍ଭ କରିବାକୁ ଥିବା ବେଳେ ଫିଲ୍ମ ସିଟିର ୮ ମହଲାରେ ଏହି ସୋ’ର ସୁଟିଂ ହେବ ବୋଲି ଜଣାପଡ଼ିଛି । କପିଲ ପୂର୍ବରୁ କରିଥିବା ସୋ’ଗୁଡ଼ିକର ସୁଟିଂ ମଧ୍ୟ ସେଠାରେ ହୋଇଥିଲା । ଆଗରୁ କପିଲଙ୍କ ବ୍ୟାନର ହିଁ ତାଙ୍କ ସୋ’ର ପ୍ରଯୋଜନା ଦାୟିତ୍ୱରେ ଥିବା ବେଳେ ଏବେ ଏହାର ଦାୟିତ୍ୱ ପ୍ରଥମ ଥର ପାଇଁ ସଲମାନଙ୍କ ପ୍ରଡ଼କ୍ସନ ହାଉସ୍‌ ନେବାକୁ ଯାଉଛି । ସଲମାନଙ୍କ ଏହି ଉପହାର ପାଇ କପିଲ ଖୁସି ହେବା ସହ ତାଙ୍କୁ ଧନ୍ୟବାଦ୍‌ ଜଣାଇଥିବା ଦେଖାଯାଇଛି ।

ସମ୍ବନ୍ଧିତ ଖବର