ମୁମ୍ବାଇ : ବଲିଉଡ୍ର ଦବଙ୍ଗ ଖାନ୍ ସଲମାନଙ୍କର କୌଣସି ପରିଚୟ ଦେବାର ଆବଶ୍ୟକତା ନାହିଁ । ଆସନ୍ତା କାଲି ଡ଼ିସେମ୍ବର ୨୭ରେ ସେ ୫୩ବର୍ଷରେ ପାଦ ଦେବାକୁ ଯାଉଥିବା ବେଳେ ଏବେ ମଧ୍ୟ ତାଙ୍କର କ୍ରେଜ୍ ଲୋକମାନଙ୍କ ମଧ୍ୟରେ ରହିଛି । ସଲମାନ ଏବେ ଏକ ବ୍ରାଣ୍ଡ ପାଲଟି ଯାଇଥିବା ବେଳେ ଅନେକଙ୍କ କ୍ୟାରିୟର ସେ ସୁଧାରିଛନ୍ତିା ଅନେକ ଅଭିନେତା-ଅଭିନେତ୍ରୀଙ୍କୁ ସେ ଫିଲ୍ମ ଲାଇନ୍କୁ ଆଣିବା ସହ ସେମାନଙ୍କ କ୍ୟାରିୟର ତିଆରି କରିଛନ୍ତି ସଲମାନ । ଭବିଷ୍ୟତରେ ଜଣେ ଲେଖକ ହେବେ ବୋଲି ଆଶା ରଖିଥିବା ସଲମାନ ଶେଷରେ ଅଭିନୟ କରିବା ଆରମ୍ଭ କରିଥିଲେ । ବଲିଉଡ୍ରେ ଏତେ ବର୍ଷ କଟାଇବା ସହ ସମସ୍ତଙ୍କ ମନରେ ଘର କରି ସାରିଥିବା ସଲମାନ୍ ଖାନ୍ଙ୍କ ପୂୂରା ନାମ କ’ଣ ତାହା ଜାଣନ୍ତି କି? ତାଙ୍କର ପୂରା ନାଁ ହେଉଛି ଅବ୍ଦୁଲ ରସିଦ୍ ସଲିମ୍ ସଲମାନ୍ ଖାନ୍ ।
/sambad/media/post_attachments/wp-content/uploads/2018/12/images-1-32-300x168.jpg)
ସୂଚନା ମୁତାବକ, ସବୁବେଳେ ଫିଟ୍ ଦିଶୁଥିବା ଭାଇଜାନ୍ ସଲମାନଙ୍କୁ ମଧ୍ୟ ଏକ ଗମ୍ଭୀର ରୋଗ ଥିବା ଜଣାପଡ଼ିଛି। ସେ ଟ୍ରାଇଜେମିନାଲ ନ୍ୟୁରାଲଜିଆ ରୋଗରେ ପୀଡ଼ିତ ବୋଲି ବିଶେଷ ସୂତ୍ରରୁ ପ୍ରକାଶ । ଏହି ରୋଗକୁ ସୁଇସାଇଡ୍ ଡ଼ିଜିଜ୍ ବୋଲି ମଧ୍ୟ କୁହାଯାଏ । ତେବେ ଏ ନେଇ ସଲମାନଙ୍କ ପରିବାର କିମ୍ବା ବନ୍ଧୁବର୍ଗ କୌଣସି ମନ୍ତବ୍ୟ ଦେଇନାହାନ୍ତି।