ଫିଲ୍ମ ‘ଜୁଡଓ୍ଵା’ ପାଇଁ ପ୍ରଥମ ପସନ୍ଦ ଥିଲେ ଗୋବିନ୍ଦା, ଫୋନ କରି ମୋତେ ଫିଲ୍ମ କରିବାକୁ ଦିଅ ବୋଲି ସଲମାନ କହିବାରୁ କିଛି ଭାଗ ସୁଟିଂ କରି ଫିଲ୍ମ ଛାଡ଼ିଥିଲେ ଗୋବିନ୍ଦା

ମୁମ୍ବାଇ: ବଲିଉଡ୍‌ରେ ଗୋଟେ ସମୟ ଥିଲା, ଯେତେବେଳେ ଲୋକମାନଙ୍କୁ ସିନେମା ଘରକୁ ଟାଣିବା ପାଇଁ କେବଳ ଗୋବିନ୍ଦାଙ୍କ ନାଁ କାଫି ଥିଲା । ତାଙ୍କ ଫିଲ୍ମ ଆସୁଛି ବୋଲି ଜାଣି ଲୋକେ ଥିଏଟରରେ ପହଞ୍ଚି ଯାଉଥିଲେ । ସେତେବେଳେ ତାଙ୍କର ସବୁ ଫିଲ୍ମ ହାଉସ୍‌ଫୁଲ ରହୁଥିବା ବେଳେ ଏବେ ଲୋକମାନଙ୍କ ଉପରେ ତାଙ୍କ କ୍ରେଜ୍‌ ଆଉ ନଥିବା ଜଣା ପଡ଼ିଛି । କିଛି ଦିନ ତଳେ ଗୋବିନ୍ଦାଙ୍କ ଏକ ଫିଲ୍ମ ‘ରଙ୍ଗିଲା ରାଜା’ ରିଲିଜ୍‌ ହେବା ପରେ ଏହା ପ୍ରମାଣିତ ହୋଇଛି । ଫିଲ୍ମକୁ ବକ୍ସ ଅଫିସରେ ସଫଳତା ମିଳି ପାରି ନଥିବା ସହ ଫିଲ୍ମଟି ସୁପରଫ୍ଲପ୍‌ ହୋଇଥିଲା । ତେବେ କିଛି ଦିନ ତଳେ ପରୁଣା କଥାକୁ ମନେ ପକାଇ ଗୋବିନ୍ଦା ଡେଭିଡ୍‌ ଧଓ୍ଵନଙ୍କ ଫିଲ୍ମ ‘ଜୁଡଓ୍ଵା’ ବିଷୟରେ ଏକ ଖାସ୍‌ ଖୁଲାସା କରିଥିଲେ । ଫିଲ୍ମ ‘ଜୁଡଓ୍ଵା’ ପାଇଁ ସଲମାନ ନୁହନ୍ତି ସେ ପ୍ରଥମ ପସନ୍ଦ ଥିଲେ ବୋଲି କହିଛନ୍ତି ଗୋବିନ୍ଦା ।

Deccan Chronicle

ତାଙ୍କ କହିବା ଅନୁଯାୟୀ,”ସଲମାନ ମୋତେ ଫୋନ କରି ଚିଚି ଭାଇ, କେତେ ହିଟ୍‌ ଦେବ? ଯେଉଁ ଫିଲ୍ମ ଏବେ ଆପଣ ସୁଟ୍‌ କରୁଛନ୍ତି-’ଜୁଡ଼ଓ୍ଵା’, ମୋତେ ସେ ଫିଲ୍ମ ଦେଇ ଦିଅ ବୋଲି କହିଥିଲେ । ଯାହା ପରେ ଫିଲ୍ମର ସୁଟିଂ ରୋକାଯାଇ ସଲମାନଙ୍କୁ ଫିଲ୍ମ ଦିଆ ଯାଇଥିଲା । ସଲମାନ ମୋ ପାଇଁ ମୋ ପରିବାରର ସଦସ୍ୟ ଭଳି । ସେ ନିଜ ଭିତରେ ହିଁ ଜଣେ ହିରୋ” ବୋଲି କହିଥିଲେ ଗୋବିନ୍ଦା ।

ସମ୍ବନ୍ଧିତ ଖବର