ଆରମ୍ଭ ହେବା ପୂର୍ବରୁ ନିଜ କ୍ୟାରିୟରକୁ ଶେଷ କରିବା ପାଇଁ ବସି ଥିଲେ ସଲମାନ, ଏହି ଦୁଇ ବ୍ୟକ୍ତିଙ୍କ ପାଇଁ ବଦଳିଥିଲା ସଲମାନଙ୍କ ଚିନ୍ତାଧାରା

ମୁମ୍ବାଇ: ବଲିଉଡ୍‌ର ସୁଲତାନ ସଲମାନ ଖାନ୍‌ ୫୨ବର୍ଷରେ ପାଦ ଦେଇଥିଲେ ମଧ୍ୟ ଏବେ ବି ତାଙ୍କ କ୍ରେଜ୍‌ ଲୋକମାନଙ୍କ ମଧ୍ୟରେ ରହିଛି । ବୟସ ବଢ଼ିବା ସହ ସଲମାନଙ୍କ ଜଲଓ୍ଵା ତାଙ୍କ ପ୍ରଶଂସକଙ୍କ ଉପରେ ବଢ଼ି ଚାଲିଛି । ଏବେ ସେ ବଲିଉଡ୍‌ରେ ରାଜ୍‌ କରୁଥିବା ବେଳେ ଦିନ ଥିଲା ସେ ନିଜ କ୍ୟାରିୟର ପ୍ରତି ଧ୍ୟାନ ଦେଉ ନଥିଲେ । ଫିଲ୍ମ ପ୍ରତି ସେ ଅଧିକ ଧ୍ୟାନ ନ ଦେଇ ସାଙ୍ଗମାନଙ୍କ ସହ ପାର୍ଟି କରିବାରେ ଧ୍ୟାନ ଦେଉଥିଲେ । ଯାହାଦ୍ୱାରା ବଲିଉଡ୍‌ରେ ଗୋଟେ ସମୟରେ ତାଙ୍କ ଡ଼ିମାଣ୍ଡ କମ ହେବାକୁ ଲାଗିଥିଲା ।

Daily Mail

୯୦ ଦଶକରେ ସେ ଅନେକ ହିଟ୍‌ ଫିଲ୍ମ ଦେବା ପରେ ମଧ୍ୟ ଫିଲ୍ମଠାରୁ ନିଜକୁ ଦୂର କରି ଦେଇଥିଲେ । ଯାହାକୁ ନେଇ ତାଙ୍କ ବାପା ସଲିମ୍‌ ଖାନ୍‌ ଏବଂ ତାଙ୍କ ଭାଇ ଅର୍‌ବାଜ୍‌ ଖାନ୍‌ ତାଙ୍କୁ ବୁଝାଇଥିଲେ । ସେମାନେ ମୋ ପାଖକୁ ଆସି ‘ଶୋଲେର ଗବ୍ଦରକୁ ଯଦି କେହି ମାରି ପାରିବ ତେବେ ନିଜେ ଗବ୍ଦର’ ବୋଲି କହିଥିଲେ । ଏହି କଥା ଶୁଣିବା ପରେ ସଲମାନଙ୍କର ଚିନ୍ତାଧାରା ବଦଳିଥିଲା । ପାର୍ଟି କରିବା ବନ୍ଦ କରି ସେ କାମକୁ ପ୍ରାଧାନ୍ୟ ଦେଇଥିଲେ । ଯାହା ଆଜି ତାଙ୍କୁ ଏ ସ୍ଥାନରେ ପହଞ୍ଚାଇ ପାରିଛି ବୋଲି ଏକ ସାକ୍ଷାତକାରରେ ଯୋଗ ଦେଇ ସଲମାନ କହିଥିଲେ ।

ସମ୍ବନ୍ଧିତ ଖବର