ଫିଲ୍ମ ପ୍ରଯୋଜକ-ନିର୍ଦ୍ଦେଶକ ସାଜିଦ୍ ନଡ଼ିଆଓ୍ଵାଲାଙ୍କ ସହିତ ସଲ୍ମାନ୍ ଖାଁଙ୍କର ଭାରି ଭଲ ବନ୍ଧୁତା। ଦୁହେଁ ୧୯୯୭ ମସିହାରେ ଆସିଥିବା ଫିଲ୍ମ ‘ଯୁଡ୍ଓ୍ଵା’ରେ ସାଥୀହୋଇ କାମ କରିବା ଦିନଠାରୁ ଏ ବନ୍ଧୁତା ଆରମ୍ଭ ହୋଇଥିଲା। ପରେ ସେମାନେ ଆହୁରି ଅନେକ ଫିଲ୍ମରେ ଏକାଠି କାମ କରିଛନ୍ତି। ନିକଟରେ ପ୍ରଯୋଜକ ଅତୁଲ ଅଗ୍ନିହୋତ୍ରୀ ଓ ସଲ୍ମାନ୍ ସେମାନଙ୍କର ଆଗାମୀ ଫିଲ ପାଇଁ ଗୋଟେ ଶୀର୍ଷକର ତଲାସ କରୁଥିଲେ। ଫିଲ୍ମଟି ୨୦୧୪ରେ ରିଲିଜ୍ ହୋଇଥିବା ଦକ୍ଷିଣ କୋରିଆର ଫିଲ୍ମ ‘ଓଡ୍ ଟୁ ମାଇଁ ଫାଦର୍’ର ରି-ମେକ୍। ଶେଷରେ ସେମାନେ ‘ଭାରତ’ ଶୀର୍ଷକକୁ ବାଛିଥିଲେ। କିନ୍ତୁ ପରେ ଜଣାଗଲା ଯେ ‘ଭାରତ’ ଶୀର୍ଷକଟିକୁ ସାଜିଦ୍ ପୂର୍ବରୁ ପଞ୍ଜିକୃତ କରି ସାରିଛନ୍ତି। ସଲ୍ମାନ୍ ସାଙ୍ଗେ ସାଙ୍ଗେ ସାଜିଦ୍ଙ୍କୁ ଫୋନ୍ କରିଥିଲେ। ସାଜିଦ୍ ‘ଭାରତ’ ଶୀର୍ଷକକୁ ତାଙ୍କୁ ଦେଇ ଦେବାଲାଗି ତୁରନ୍ତ ଖୁସିରେ ରାଜି ହୋଇ ଯାଇଥିଲେ।
ଉଲ୍ଲେଖନୀୟ ଯେ ‘ଭାରତ’ ୨୦୧୯ ମସିହା ଇଦ୍ରେ ରିଲିଜ୍ ହେବ। ଏହାର ନିର୍ଦ୍ଦେଶକ ହେଉଛନ୍ତି ଏଇ ସଲ୍ମାନ୍ଙ୍କ ଫିଲ୍ମ ‘ଡାଇଗର୍ ଜିନ୍ଦା ହୈ’ର ନିର୍ଦ୍ଦେଶନା ଦେଇଥିବା ଅଲ୍ଲି ଆବାସ୍ ଜଫର୍।
ସଲ୍ମାନ୍ କେମିତି ପାଇଲେ ଭାରତ
/sambad/media/post_attachments/wp-content/uploads/2017/11/Salman-Khan-wants-his-film.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)