ସଲମାନଙ୍କୁ କଡ଼ା ସମାଲୋଚନା କଲେ ଏହି ଗାୟକ , କାରଣ ଜାଣନ୍ତି କି !

ମୁମ୍ବାଇ: ବଲିଉଡ ସୁପରଷ୍ଟାର ଶାହାରୁଖ୍‌ ଖାନ୍‌ଙ୍କ ସଂପର୍କରେ ଟିପ୍ପଣୀ ଦେବାପରେ ଏବେ ସଲମାନ୍‌ ଖାନ୍‌ଙ୍କ ଉପରେ ବର୍ଷିଛନ୍ତି ଜଣେ ଜଣାଶୁଣା ଗାୟକ। ସେ ହେଲେ ବଲିଉଡର ଖ୍ୟାତାନାମା ଗାୟକ ଅଭିଜିତ୍‌ ଭଟ୍ଟାଚାର୍ଯ୍ୟ।
ଅଭିଜିତ୍‌ ଅଭିଯୋଗ କରିଛନ୍ତି ଯେ ସଲମାନ୍‌ ଖାନ୍‌ ପାକିସ୍ତାନୀ କଣ୍ଠଶିଳ୍ପୀମାନଙ୍କୁ ବଲିଉଡରେ ପ୍ରୋତ୍ସାହନ ଦେଉଛନ୍ତି।ସେ ନିଜର ସବୁ ସିନେମାରେ ସେମାନଙ୍କୁ ଗୀତ ଗାଇବାକୁ ଡାକୁଛନ୍ତି। ଅଭିଜିତ୍‌ କହିଛନ୍ତି ଯେ ଭାରତରେ କିଛି କମ୍‌ କଣ୍ଠଶିଳ୍ପୀନାହାନ୍ତି ବା ସେମାନଙ୍କଠାରେ ପ୍ରତିଭା ନାହିଁ ଯେ ସଲମାନ୍‌ ପାକିସ୍ତାନୀ ଗାୟକମାନଙ୍କୁ ନିଜ ସିନେମାରେ ସୁଯୋଗ ଦେଉଛନ୍ତି। ଯେଉଁଠି ପାକିସ୍ତାନୀ ସେନାର ଗୁଳିରେ ଭାରତୀୟ ସୈନିକ ମରୁଛନ୍ତି ସେଭଳି ସ୍ଥିତିରେ ସଲମାନଙ୍କ ଏହି କାର୍ଯ୍ୟ କେତେ ଦୂର ଗ୍ରହଣୀୟ ବୋଲି ପ୍ରଶ୍ନ କରିଛନ୍ତି ସେ ।

ଗାୟକ ଅଭିଜିତ ଆହୁରି ଅତୀତର ଏକ ଘଟଣାକୁ ମନେ ପକାଇ କହିଛନ୍ତି ଯେ ଥରେ ସେ ସଲମାନ ଖାନ୍‌ଙ୍କୁ ସମର୍ଥନ କରିଥିଲେ। ଏକଥା ଜାଣିବାମାତ୍ରେ ତାଙ୍କ ସ୍ତ୍ରୀ ମୋବାଇଲକୁ ପାଣିରେ ଫିଙ୍ଗି ଦେଇଥିଲେ। ଏହାପରେ ସେ କେବେ ବି ସଲମାନଙ୍କୁ ସମର୍ଥନ କରି ନାହାଁନ୍ତିି ବୋଲି କହିଛନ୍ତି ଅଭିଜିତ୍‌।

ସମ୍ବନ୍ଧିତ ଖବର