ଅକ୍ଷୟ କୁମାରଙ୍କୁ ଟକ୍‌କର ଦେବାକୁ ଚାହୁଁନାହାଁନ୍ତି ସଲମାନ୍‌ ଖାନ୍‌!

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ନିଜର ଆଗାମୀ ସିନେମା ‘ଭାରତ’କୁ ନେଇ ଖୁବ୍‌ ଉତ୍ସାହିତ ଅଛନ୍ତି।  ଏଥିରେ ସଲମାନ୍‌ ଓ କାଟ୍ରିନା ପୁଣି ଥରେ ଏକାଠି ଆସୁଛନ୍ତି। ‘ଭାରତ୍‌’ପରେ ସଲମାନ୍‌ ଖାନ୍‌ ‘ଦବଙ୍ଗ-୩’ଫିଲ୍ମରେ କାମ କରୁଛନ୍ତି, ଯାହାର ନିର୍ଦ୍ଦେଶକ ହେଲେ ପ୍ରଭୁଦେବା। ଏଥିରେ ସୋନାକ୍ଷୀଙ୍କୁ ସଲମାନ୍‌ ଖାନଙ୍କ ବିପକ୍ଷରେ ଦେଖିବାକୁ ମିଳିବ। ତା’ପରେ ସଲମାନ୍‌ ଖାନ୍‌ ‘କିକ୍‌-୨’ରେ କାମ କରିବେ ବୋଲି କୁହାଯାଉଥିଲା, ମାତ୍ର ଏବେ ଜଣାପଡ଼ିଛି ଯେ ‘ଦବଙ୍ଗ-୩’ ପରେ ସଲମାନ୍‌ ଖାନ୍‌ ‘କିକ୍‌-୨’ନୁହେଁ,ବରଂ ଅନ୍ୟ ଏକ ଫିଲ୍ମରେ କାମ କରିବେ। ଏହି ଫିଲ୍ମ ହେଲା ‘ଇନ୍‌ସାଆଲ୍ଲା’।

photo- deccan chronicle

ସଂଜୟଲୀଲା ଭଂସାଲୀଙ୍କ ‘ଇନ୍‌ସା ଆଲ୍ଲା’ରେ ସଲମାନ୍‌ ଖାନ୍‌ଙ୍କ ବିପକ୍ଷରେ ପ୍ରଥମ ଥର ପାଇଁ ନଜର ଆସିବେ ଆଲିଆ ଭଟ୍ଟ। ଯାହା ଜଣାଯାଉଛି ଏହା ୨୦୨୦ ଇଦ୍‌ ଅବସରରେ ରିଲିଜ୍‌ ହେବ। ଏଣେ ଚର୍ଚ୍ଚା ଚାଲିଛି ଯେ ଏହି ସିନେମା ସହିତ ଅକ୍ଷୟ କୁମାରଙ୍କ ଆଗାମୀ ସିନେମା ‘ସୂର୍ଯ୍ୟବଂଶୀ’ର ଟକ୍‌କର ହେବ। କିନ୍ତୁ ନିଜେ ସଲମାନ୍‌ ଖାନ୍‌ ଏ ସଂପର୍କରେ ଅକ୍ଷୟ କୁମାରଙ୍କ ସହିତ କଥା ହୋଇଛନ୍ତି। ଅକ୍ଷୟଙ୍କ ସହିତ ଟକ୍‌କର ଦେବାକୁ ସେ ଚାହାଁନ୍ତି ନାହିଁ ବୋଲି କହିଛନ୍ତି ସଲମାନ୍‌ ଖାନ୍‌।

 

 

 

ସମ୍ବନ୍ଧିତ ଖବର