ଇଦ୍‌ରେ ମୁହାଁମୁହିଁ ହେବେ ସଲମାନ ଓ ଜନ୍

ଚଳିତବର୍ଷ ଇଦ୍‌ରେ ଭାଇଜାନ୍ ସଲମାନ୍ ଖାନ୍‌ଙ୍କ ‘ରାଧେ ୟୋର୍ ମୋଷ୍ଟ ଵାଣ୍ଟେଡ୍ ଭାଇ’ ଓ ଜନ୍ ଆବାହ୍ରମଙ୍କ ‘ସତ୍ୟମେବ ଜୟତେ-୨’ ମୁକ୍ତିଲାଭ କରିବ। ଏନେଇ ଆଜି ଟ୍ବିଟ୍ କରି ସଲମାନ୍‌ ହଲ୍‌ ମାଲିକଙ୍କୁ କ୍ଷମା ପ୍ରାର୍ଥନା କରିଛନ୍ତି। ଟ୍ବିଟ୍‌‌‌‌‌‌ରେ ସେ ଉଲ୍ଲେଖ କରିଛନ୍ତି, କରୋନା ପାଇଁ ବିଗତ ଦିନରେ ଆର୍ଥିକ ସମସ୍ୟାର ସମ୍ମୁଖୀନ ହୋଇଥିବା ହଲ୍ ମାଲିକଙ୍କୁ ମୁଁ ସହାୟତା କରିବାକୁ ଚାହୁଛି। ସେଥିପାଇଁ ଆପଣମାନଙ୍କ ମାଧ୍ୟମରେ ରାଧେକୁ ମୁଁ ଲୋକଙ୍କ ପାଖରେ ପହଞ୍ଚାଇବାକୁ ଚାହୁଛି। ଏହାସହ ସେ ହଲ୍‌ରେ କରୋନା ପାଇଁ ସତର୍କତା ଅବଲମ୍ବନ କରିବାକୁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି। ଅପରପକ୍ଷେ ଗତବର୍ଷ ଇଦ୍‌ରେ ଜନ୍‌ଙ୍କ ‘ସତ୍ୟମେବ ଜୟତେ ୨’ ମୁକ୍ତିଲାଭ କରିଥା’ନ୍ତା। ମାତ୍ର କରୋନା ଯୋଗୁଁ ଏହା ପରଦାକୁ ଆସି ପାରିନଥିଲା। ତେଣୁ ଚଳିତ ବର୍ଷ ଇଦ୍‌ରେ ଏହା ରିଲିଜ୍ ହେବ ବୋଲି ଘୋଷଣା ସରିଛି।

ସମ୍ବନ୍ଧିତ ଖବର