ମୁମ୍ବାଇ: ସଲାମାନ୍ ଖାନଙ୍କ ଅଭିନୀତ ସଦ୍ୟତମ ଛବି ‘ଟାଇଗର-୩’ର ଟ୍ରେଲର ରିଲିଜ୍ ହୋଇଛି। ଏହି ଟ୍ରେଲରରେ ଅଭିନେତ୍ରୀ ରେବତୀଙ୍କର ଏକ ଝଲକ ଦେଖିବାକୁ ମିଳିଛି। ଏହା ସଲମାନ୍‌ଙ୍କ ପ୍ରଶଂସକଙ୍କୁ ସେମାନଙ୍କ ଫେବରାଇଟ୍ ହିରୋଙ୍କର ୩୨ ବର୍ଷ ତଳର ଏକ ଫିଲ୍ମକୁ ମନେପକାଇ ଦେଇଛି।

Advertisment

୩୨ ବର୍ଷ ତଳେ ରିଲିଜ୍ ହୋଇଥିବା ହିନ୍ଦୀ ଛବି ‘ଲଭ୍‌’ରେ  ଯୁବ ଅଭିନେତା ସଲ୍‌ମାନ୍‌ ଖାଁ ଓ ଦକ୍ଷିଣ ଭାରତୀୟ ସୁନ୍ଦରୀ ରେବତୀ ନାୟକ-ନାୟିକା ଭୂମିକାରେ ଅଭିନୟ କରିଥିଲେ। ସେ ଫିଲ୍ମରେ ଥିବା ‘‘ସାଥୀଆ, ୟେ ତୁନେ କ୍ୟା କିୟା...’’ଗୀତକୁ ଲୋକେ ଆଜିମଧ୍ୟ ମନେ ପକାନ୍ତି ଓ ଗୁଣୁଗୁଣୁଣାନ୍ତି। ୩୨ ବର୍ଷ ପରେ ଏହି ସୁପର୍‌ ହିଟ୍‌ ଯୋଡ଼ି ପୁଣି ଏକାଠି ଫେରୁଛନ୍ତି ‘ଟାଇଗର୍‌-୩’ ଜରିଆରେ। ଅବଶ୍ୟ ୩୨ ବର୍ଷ ତଳେ ସେମାନେ ଯାହା ଥିଲେ, ୟା’ ଭିତରେ ଅନେକ ପରିବର୍ତ୍ତନ ଘଟି ସାରିଲାଣି। ବୟସ ବି ବଢ଼ିଲାଣି। ତେଣୁ ‘ଟାଇଗର୍‌-୩’ରେ ଦୁହେଁ ଭିନ୍ନ ଭୂମିକାରେ ଥିବେ, ସେମାନଙ୍କ ଅଭିନୟ ବି ଭିନ୍ନ ଧରଣର ହୋଇଥିବ, ସେଥିରେ କିଛି ସନ୍ଦେହ ନାହିଁ।

ରେବତୀ ଏକ ସାକ୍ଷାତକାରରେ ସହ-କଳାକାର ସଲମାନ୍‌ଙ୍କର ବଡ଼ ପ୍ରଶଂସା କରିଛନ୍ତି। ସେ କହିଛନ୍ତି, ସଲମାନ୍‌ ଏତେ ବର୍ଷ ପରେ ମଧ୍ୟ ଟିକିଏ ବି ବଦଳି ନାହାନ୍ତି। ୩୨ ବର୍ଷ ତଳେ ସେ ‌‌ଯେମିତି ଥିଲେ, ଆଜି ମଧ୍ୟ ସେମିତି ଅଛନ୍ତି। ସଲମାନ୍ ବନ୍ଧୁତାକୁ ଭାରି ଗୁରୁତ୍ବ ଦିଅନ୍ତି ଓ ତାହା ତାଙ୍କ ବ୍ୟକ୍ତିତ୍ବର ସବୁଠାରୁ ଆକର୍ଷଣ ବୋଲି ରେବତୀ କହିଛନ୍ତି।