ସଲମାନ୍‌ ଖାନଙ୍କୁ ବିବାହ ଉତ୍ସବରେ ଯୋଗ ଦେବାଲାଗି ଆମନ୍ତ୍ରଣ କରି ନାହାନ୍ତି ନାହାନ୍ତି ଅନୁଷ୍କା !

ମୁମ୍ବାଇ: ବଲିଉଡ ନାୟିକା ଅନୁଷ୍କା ଶର୍ମା ବହୁ ସେଲିବ୍ରିଟିଙ୍କୁ ନିଜର ବାହାଘରରେ ଯୋଗ ଦେବାଲାଗି ନିମନ୍ତ୍ରଣ କରିଛନ୍ତି,ହେଲେ ଜଣେ ପପୁଲାର ଷ୍ଟାର୍‌ ପୁଣି ଏକ ସିନେମାରେ ତାଙ୍କର କୋ-ଷ୍ଟାରଙ୍କୁ ଡ଼ାକି ନାହାନ୍ତି ବୋଲି ଚର୍ଚ୍ଚା ହେଉଛି। ଏବେ ଜାଣନ୍ତୁ ସେ କେଉଁମାନଙ୍କୁ ନିମନ୍ତ୍ରଣ କରିଛନ୍ତି । ତାଙ୍କୁ ବଲିଉଡରେ ବ୍ରେକ୍‌ ଦେଇଥିବା ନିର୍ମାତା ଆଦିତ୍ୟ ଚୋପ୍ରା, କରଣ ଜୋହର୍‌,ରଣବୀର୍‌ କପୁର,ଶାହରୁଖ୍‌ ଖାନ୍‌ ଏବଂ ଅମୀର ଖାନଙ୍କୁ ନିମନ୍ତ୍ରଣ କରିଛନ୍ତି ।କିନ୍ତୁ ସେ ଦବଙ୍ଗ ବୟ ସଲମାନ୍‌ ଖାନଙ୍କୁ ବିବାହ ଉତ୍ସବରେ ଯୋଗ ଦେବାଲାଗି ଆମନ୍ତ୍ରଣ କରି ନାହାନ୍ତି।

ଏଠାରେ ସୂଚନାଯୋଗ୍ୟ ଯେ ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ଓ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ବାହାଘର ହେବ ଡିସେମ୍ବର ୧୨ତାରିଖରେ ବୋଲି କୁହାଯାଉଛି।ଏଥି ପାଇଁ କୋହଲି ଓ ଅନୁଷ୍କା ସେମାନଙ୍କର ପରିବାର ସହିତ ଇଟାଲି ପାଇଁ ଗସ୍ତ କରି ସାରିଛନ୍ତି। ହେଲେ ଆପଣ ଜାଣନ୍ତିକି ଏ ଦୁଇ କଳାକାରଙ୍କର ମଝିରେ ବ୍ରେକଅପ୍‌ ହୋଇଥିଲା ତାପରେ ଲାଗୁଥିଲା ଯେ ଏମାନଙ୍କର ପ୍ରେମ କାହାଣୀର ଅନ୍ତ ଘଟିଲା।

photo-ndtv_

ହେଲେ ସେତେବେଳେ ଅନୁଷ୍କା ଶର୍ମା ସଲମାନ୍‌ ଖାନଙ୍କ ସହ ‘ସୁଲତାନ୍‌’ର ସୁଟିଂ କରୁଥିଲେ। ବିରାଟ କୋହଲି ଓ ଅନୁଷ୍କା ଶର୍ମାଙ୍କର ବ୍ରେକ ଅପ ଖବର ପାଇବା ମାତ୍ରେ ବଲିଉଡ ସୁପରଷ୍ଟାର୍‌ ସଲମାନ୍‌ ଖାନ୍‌ ଉଭୟଙ୍କୁ ନିଜ ଘରକୁ ଡ଼ାକିଥିଲେ । ଉଭୟଙ୍କ ମଧ୍ୟରେ ମିଳାମିଶା କରାଇଥିଲେ । ଏହାପରେ ସେ ଦୁହେଁ ପୁଣି ପ୍ରେମ ସଂପର୍କରେ ରହିଲେ। ହେଲେ ଏହା ବିସ୍ମୟ ଜାତ କରୁଛି ଯେ କ’ଣପାଇଁ ସେ ସଲମାନଙ୍କୁ ଡାକି ନାହାନ୍ତି।

ସମ୍ବନ୍ଧିତ ଖବର