ମୁମ୍ବାଇ: ସଲମନ ଖାନ୍‌ଙ୍କ ଅଭିନୀତ ଚଳଚ୍ଚିତ୍ର ‘ଟାଇଗର୍‌ ଜିନ୍ଦା ହୈ’ ୩୨୦ କୋଟି ଟଙ୍କାର ବ୍ୟବସାୟ କରିସାରିବା ପରେ ଏବେ ଭାଇଜାନ୍‌ଙ୍କ ହାତରେ ଅଛି ଗୋଟାଏ ବଢ଼ିଆ ଚଳଚ୍ଚିତ୍ର। ଚଳଚ୍ଚିତ୍ରଟି ହେଉଛି ‘ଭରତ’। ଏଥିରେ ସଲ୍‌ମନ୍‌ ଜଣେ ୧୮ ବର୍ଷ ବୟସ୍କ ବାଳକ ଭାବେ ଦେଖିବାକୁ ମିଳିବେ। ପୂରା ଚଳଚ୍ଚିତ୍ରରେ ତାଙ୍କର ୧୮ରୁ ନେଇ ୭୦ ବର୍ଷ ପର୍ଯ୍ୟନ୍ତ ଯାତ୍ରା ଦୃଶ୍ୟମାନ ହେବ। ଚଳଚ୍ଚିତ୍ରଟି କୋରିଆନ୍‌ ଚଳଚ୍ଚିତ୍ର ‘ଓଡେ ଟୁ ମାଇଁ ଫାଦର୍‌’ ଚଳଚ୍ଚିତ୍ର ଦ୍ୱାରା ପ୍ରେତ୍ସାହିତ ହୋଇ ନିର୍ମାଣ କରାଯିବ। ଫ୍ୟାନ୍‌ ଚଳଚ୍ଚିତ୍ରରେ ଯେପରି ଶାହାରୁଖ୍‌ଙ୍କୁ ଜଣେ ଟିନ୍‌ ଏଜ୍‌ ଯୁବକ ଭାବରେ ଦୃଶ୍ୟମାନ କରାଇବା ପାଇଁ ଅତ୍ୟାଧୁନିକ ମେକ୍‌ଅପ୍‌ ବ୍ୟବହାର ହୋଇଥିଲା ଏହି ଚଳଚ୍ଚିତ୍ରଟିରେ ମଧ୍ୟ ସେହି ମେକ୍‌ଅପ୍‌ ବ୍ୟବହାର କରାଯିବ ବୋଲି ସୂଚନା ରହିଛି।

Advertisment

publive-image

‘ଭରତ’ର ସୁଟିଂ କାର୍ଯ୍ୟ ଚଳିତବର୍ଷ ଆରମ୍ଭ ହେବ। ଚଳଚ୍ଚିତ୍ରଟିର ଭାଇ-ଭଉଣୀ ଓ ବାପ-ପୁଅ ବିଚ୍ଛେଦ ହେବାର କାହାଣୀ ରହିଛି। ଏଥିରେ ସଲ୍‌ମନ୍‌ କୋରିଆରନ୍‌ ଯୁଦ୍ଧରେ ନିଜ ପରିବାରକୁ ହରାଇ ୧୯୫୦ ମସିହାରୁ ୨୦୧୪ ମସିହା ପର୍ଯ୍ୟନ୍ତ ଅପେକ୍ଷା କରି ରହିଛନ୍ତି। ୧୯୫୦ ମସିହାରେ ହୋଇଥିବା କୋରିଆ ଓ ଆମେରିକା ଯୁଦ୍ଧକୁ ନେଇ ଏହି ଚଳଚ୍ଚିତ୍ର ନିର୍ମାଣ ହୋଇଛି। ଚଳଚ୍ଚିତ୍ରରେ ସଲମନଙ୍କୁ ‘ମେନେ ପ୍ୟାର୍‌ କିୟା’ର ଲୁକ୍‌ ଦିଆଯିବା ଯୋଜନା ରହିଛି।