ଏହି ଛଅଟି କାରଣରୁ ହିଟ୍‌ ହୋଇପାରେ ସଲମାନ୍‌ ଖାନ୍‌ଙ୍କ ନୂଆ ସିନେମା ‘ଭାରତ’

ମୁମ୍ବାଇ: ଆଗାମୀ ସାଧାରଣ ତନ୍ତ୍ର ଅବସରରେ ସଲମାନ୍‌ ଖାନ୍‌ଙ୍କ ନୂଆ ସିନେମା ‘ଭାରତ’ର ଟିଜର୍‌ ରିଲିଜ୍‌ ହେବ। ଏହି ଫିଲ୍ମକୁ ନେଇ ସଲମାନ୍‌ ଖାନ୍‌ଙ୍କ ଫ୍ୟାନ୍‌ମାନେ ଖୁବ୍‌ ଉତ୍ସାହିତ ଅଛନ୍ତି। ଚଳିତ ବର୍ଷ ଇଦ୍‌ ଅବସରରେ ମୁକ୍ତିଲାଭ କରିବାକୁ ଥିବା ‘ଭାରତ୍‌’ ସୁପରହିଟ୍‌ ହେବ ବୋଲି ଏବେଠୁଁ ଆକଳନ କରାଯାଉଛି। ଏହା ପଛରେ ଛଅଟି କାରଣ ରହିଛି।

ପ୍ରଥମ କଥା ହେଲା ‘ଭାରତ’ର କଥାବସ୍ତୁ ଦେଶପ୍ରେମ ଉପରେ ଆଧାରିତ। ଦ୍ୱିତୀୟ କଥା ହେଲା ଏହାର ସଂଳାପ ଖୁବ୍‌ ଦମ୍‌ଦାର ଅଛି। ଏଥିରେ ଗୋଟିଏ ସଂଳାପ ‘ଜାନ୍‌ତେ ହୋ ମେରେ ମାଁ ବାବା ନେ ମେରା ନାମ୍‌ ଭାରତ୍‌ କ୍ୟୁଁ ରଖା ହେ’ ଖୁବ୍‌ ଲୋକପ୍ରିୟ ହେବ। ଏହା ହେଉଛି ଏକ କୋରିଆନ୍‌ ଫିଲ୍ମ ‘ଦ ଓଡ୍‌ ଟୁ ମାଇଁ ଫାଦର୍‌’ର ଅଫିସିଆଲ ରିମେକ୍‌। ଏହାର କାହାଣୀରେ ଭାରତର ସ୍ୱାଧୀନତାରୁ ଆରମ୍ଭ ହୋଇ ୨୦୧୦ ଯାଏଁର ପ୍ରସଙ୍ଗ ରହିଛି। ଏହି ଫିଲ୍ମରେ ସଲମାନ୍‌ ଖାନ୍‌ଙ୍କର ୫ଟି ଭିନ୍ନ ଭିନ୍ନ ଲୁକ୍‌ ରହିଛି। ‘ଭାରତ୍‌’ରେ ସଲମାନ୍‌ ଖାନ୍‌ଙ୍କ ସହିତ କାଟ୍ରିନା କୈଫ୍‌,ଦିଶା ପଟାନୀ,ସୁନୀଲ ଗ୍ରୋଭର୍‌,ଜ୍ୟାକି ଶ୍ରଫ୍‌,ତବୁ ଓ ନୋରା ଫତେହୀ ଭଳି କଳାକାରମାନଙ୍କୁ ମଧ୍ୟ ଦେଖିବାକୁ ମିଳିବ।

ସମ୍ବନ୍ଧିତ ଖବର