‘ଭାରତ’ରେ ସଲମାନ୍‌ ଖାନଙ୍କ ଭୂମିକା ସଂପର୍କରେ ଜାଣିବାକୁ ଚାହୁଁଛନ୍ତି କି ?

ମୁମ୍ବାଇ: ବଲିଉଡ ସୁପରଷ୍ଟାର୍‌ ସଲମାନ ଖାନ ଏବେ ପୁଣି ଚର୍ଚ୍ଚାରେ । ଏବେ କିନ୍ତୁ କୌଣସି ବ୍ୟକ୍ତିଗତ କାରଣରୁ ନୁହେଁ ବରଂ ଏକ ସିନେମାରେ ନିଜର ଭୂମିକାକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସଲମାନ୍‌ଙ୍କୁ ଏହି ସିନେମାରେ ଗୋଟିଏ ଅବତାରରେ ନୁହେଁ ବରଂ ପାଞ୍ଚଟି ଅବତାରରେ ଦେଖିବାକୁ ପାଇବେ ଦର୍ଶକ । ଏଭଳି ଯେଉଁ ସିନେମାରେ ଦେଖିବାକୁ ମିଳିବ ତାହାର ଟାଇଟଲ ହେଲା ‘ଭାରତ’ ।

ସିନେମାର କାହାଣୀ ଅନୁଯାୟୀ ୭୦ ବର୍ଷ ସମୟ ମଧ୍ୟରେ ସଲମାନ ୫ଟି ବେଶରେ ଅବତୀର୍ଣ୍ଣ ହେବେ । ସିନେମାର କାହାଣୀ ୧୯୪୦ରୁ ଆରମ୍ଭ ହେବାକୁ ଯାଉଥିବା ବେଳେ ତଦନୁଯାୟୀ ସଲମାନଙ୍କୁ ଦେଖିବାକୁ ମିଳିବ । ପ୍ରତିଟି ଅବତାର ପରସ୍ପରଠାରୁ ଭିନ୍ନ ରହିବ । ଫେବୃୟାରୀ ୬ରୁ ସିନେମାର ସୁଟିଂ ଆରମ୍ଭ ହେବ । ତେବେ ସିନେମାରେ ସଲମାନଙ୍କ ବିପକ୍ଷରେ କେଉଁ ହିରୋଇନଙ୍କୁ ମୁଖ୍ୟ ଭୂମିକାରେ ଦେଖିବାକୁ ମିଳିବ ତାହା ଏଯାଏ ସ୍ପଷ୍ଟ ହୋଇପାରି ନାହିଁ । ଏହି ସିନେମା ୨୦୧୯ ଜୁନରେ ଇଦ ଅବସରରେ ରିଲିଜ ହେବ ବୋଲି କୁହାଯାଉଛି ।

photo-.bollygraphy.com

‘ଭାରତ’ର ବିଶେଷତ୍ୱ ହେଲା ଏଥିରେ ସଲମାନଙ୍କୁ ୫ଟି ଅବତାରରେ ଦେଖିବାକୁ ମିଳିବ । ଅର୍ଥାତ ଏଥିରେ ୫ଟି ବେଶରେ ଦେଖିବାକୁ ମିଳିବେ ଭାଇଜାନ । ‘ଭାରତ’ ବିଷୟରେ ସଲମାନଙ୍କ ଭିଣୋଇ ଅତୁଲ ଅଗ୍ନିହୋତ୍ରୀ ଟୁଇଟରରେ ସୂଚନା ଦେଇଛନ୍ତି । ଅତୁଲ ହେଉଛନ୍ତି ଏହି ସିନେମାର ପ୍ରଯୋଜକ । ସେ କହିଛନ୍ତି ଯେ, ‘ଭାରତ’ ହେଉଛି ସଲମାନଙ୍କ ଚରିତ୍ର ଦୃଷ୍ଟିକୋଣରୁ ଭାରତ ବିଷୟରେ ଏକ ସୁନ୍ଦର କାହାଣୀ ।ସଲମାନ ଅପକମିଂ ସିନେମା ‘ଭାରତ’ରେ ଖୁବ ଶିଘ୍ର ପରଦାରେ ଧମାଲ କରିବାକୁ ଆସୁଛନ୍ତି ବୋଲି କହିଛନ୍ତି, ନିର୍ଦ୍ଦେଶକ ଅଲି ଅବାସ ଜାଫର ।

ସମ୍ବନ୍ଧିତ ଖବର