ବଲିଉଡ୍ର ଭାଇଜାନ ସଲମାନ୍ ଖାନ ସବୁବେଳେ ତାଙ୍କର ଚଳଚ୍ଚିତ୍ର କିମ୍ବା ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ତେବେ ସଲମାନଙ୍କ ସହିତ ତାଙ୍କ ଜୀବନ ସହ ଯୋଡ଼ି ହୋଇଥିବା ସମସ୍ତ ବ୍ୟକ୍ତି ମଧ୍ୟ ସର୍ବଦା ମିଡ଼ିଆରେ ଚର୍ଚ୍ଚାର ବିଷୟ ସାଜିଥାନ୍ତି। ଏମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସଲମାନଙ୍କର ଅଙ୍ଗରକ୍ଷକ ସେରା । କିଛି ଦିନ ପୂର୍ବେ ସେରାଙ୍କ ନିଜର ସିକ୍ୟୁରିଟି କମ୍ପାନି ତରଫରୁ ସଲମାନଙ୍କର ୨୦ ବର୍ଷ ଧରି ଅଙ୍ଗରକ୍ଷକ କାର୍ଯ୍ୟ କରିଥିବାରୁ ମାଧୁରୀ ଦୀକ୍ଷିତଙ୍କ ଦ୍ୱାରା ଶ୍ରେଷ୍ଠ ଅଙ୍ଗରକ୍ଷକ ପୁରସ୍କାର ଦିିଆଯାଇଛି।
The Indian Expressସେରାଙ୍କ ପ୍ରକୃତ ନାମ ହେଉଛି ଗୁରୁମିତ ସିଂ ଜଲି । ୧୯୯୫ ମସିହାଠାରୁ ସେରା ସଲମାନଙ୍କ ଅଙ୍ଗରକ୍ଷକ ଭାବେ କାମ କରିଆସୁଛନ୍ତି । ତାଙ୍କର ଦରମା ମାସିକ ୧୫ ଲକ୍ଷ ରହିଥିବା େବେଳ ସେ ସବୁବେଳେ ସଲମାନଙ୍କ ସହିତ ରହିଥାନ୍ତି। ସେରା ସଲମାନଙ୍କୁ ମାଲିକ ବୋଲି ଡ଼ାକିଥାନ୍ତି । "ମାଲିକ ମୋର ସବୁକିଛି । ସେ ମୋର ଭଗବାନ । ମୁଁ ତାଙ୍କ ଦେହରେ ଗୋଟେ ଛୋଟ ଖଣ୍ଡିଆ ମଧ୍ୟ ହେବାକୁ ଦେବିନି" ବୋଲି ଏକ ଇଣ୍ଟରଭ୍ୟୁରେ କହିଥିଲେ ସେରା । ସେରା ଖାଲି ସଲମାନଙ୍କର ଅଙ୍ଗରକ୍ଷୀ ନୁହଁନ୍ତି ସେ ତାଙ୍କ ପରିବାରର ଜଣେ ସଦସ୍ୟ ଭଳି । ସଲମାନ ସେରାଙ୍କ ପୁଅ ଟାଇଗରଙ୍କୁ ମଧ୍ୟ ଚଳଚ୍ଚିତ୍ରରେ ଲଞ୍ଚ କରିବାର ଖବର ରହିଛି ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/03/shera_2467837_835x547-m.png)