ମୁମ୍ବାଇ: ହତ୍ୟା ଧମକ ମିଳିବା ପରେ ଏବେ ବଲିଉଡ ସୁପରଷ୍ଟାର ସଲମାନ ଖାନ ଚର୍ଚ୍ଚାରେ ଅଛନ୍ତି | ତେବେ ବର୍ତ୍ତମାନ ସଲମାନଙ୍କ ସୁଟିଂ ଚାଲିଥିବା ଫିଲ୍ମ 'କଭି ଇଦ୍ କଭି ଦିୱାଲୀ' ବାବଦରେ ନୂଆ ତଥ୍ୟ ସାମ୍ନାକୁ ଆସିଛି | ମିଳିଥିବା ସୂଚନା ମୁତାବକ ଏବେ ଫିଲ୍ମ 'କଭି ଇଦ୍ କଭି ଦିୱାଲୀ'ର ଟାଇଟଲକୁ ପରିବର୍ତ୍ତନ କରାଯାଇ 'ଭାଇଜାନ' ବୋଲି ରଖାଯାଇଛି |
ସୂଚନା ମୁତାବକ ସଲମାନ ଖାନଙ୍କୁ କିଛି ଦିନ ତଳେ ହତ୍ୟା କରିବାର ଧମକ ମିଳିଥିଲା | ପ୍ରତିଦିନ ମର୍ଣ୍ଣିଂୱାକ୍ ସାରି ସଲମାନଙ୍କ ପିତା ସଲିମ୍ ଯେଉଁ ବେଞ୍ଚରେ ବସନ୍ତି, ତାଙ୍କୁ ସେଠାରେ ଏକ ଚିଠି ମିଳିଥିଲା। ଏଥିରେ ସେମାନଙ୍କୁ ପଞ୍ଜାବୀ ଗାୟକ ସିଦ୍ଧୁ ମୁସେଵାଲାଙ୍କ ଅବସ୍ଥା ଭୋଗିବାକୁ ହେବ ବୋଲି ଧମକ ଦିଆଯାଇଥିଲା। ଆଉ ସବୁଠାରୁ ବଡ଼ କଥା ହେଲା ହତ୍ୟା ଧମକ ମଧ୍ୟରେ ଡରରେ ଘରେ ନଲୁଚି ସଲମାନ ଫିଲ୍ମ ‘କଭି ଇଦ୍ କଭି ଦିୱାଲୀ’ର ସୁଟିଂ ପାଇଁ ହାଇଦ୍ରାବାଦ ଯାଇଥିଲେ |
ସମସ୍ତ ଆଇନଗତ ଔପଚାରିକତା କରିବା ପରେ ସେ ନିଜର ୨୫ ଦିନର ସୁଟିଂ ଶେଷ କରିବାକୁ ହାଇଦ୍ରାବାଦ ଯାଇଥିଲେ | ସୂଚନା ଥାଉ କି ଗତ ବର୍ଷ ପର୍ଯ୍ୟନ୍ତ ଏହି ଚଳଚ୍ଚିତ୍ର 'ଭାଇଜାନ' ଟାଇଟଲ୍ ସହିତ ରିଲିଜ୍ ହେବାର ଯୋଜନା ଥିଲା। କିନ୍ତୁ ପରେ ଏହାର ନାମ 'କଭି ଇଦ୍ କଭି ଦିୱାଲୀ' ରଖାଯାଇଥିଲା | ଏବେ ପୁଣି ଫିଲ୍ମର ଟାଇଟଲ ବଦଳିଛି |
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/03/Rajasthan-Big-relief-to-Salman-Khan-cases-related-to-blackbuck.jpg)