ରାଗିଗଲେ ସଲମାନ! ଚିରଞ୍ଜୀବୀଙ୍କ ସହ କରିବେନି କାମ​​

ମୁମ୍ବାଇ: ବଲିଉଡର ଦବଙ୍ଗ ସଲମାନ ଖାନଙ୍କ ବିଷୟରେ ପ୍ରାୟ ସବୁବେଳେ କୁହାଯାଇଥାଏ ଯେ ସେ ତାଙ୍କର ବନ୍ଧୁମାନଙ୍କୁ କେବେ ଭୁଲିନଥାନ୍ତି | ନିକଟରେ ଏକ ଖବର ଆସିଥିଲା ​​ଯେ ସେ ତାଙ୍କ ବନ୍ଧୁ ତଥା ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରି ସୁପରଷ୍ଟାର ଚିରଞ୍ଜୀବୀଙ୍କ ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଗଡଫାଦର’ରେ କେମିଓ କରୁଥିବାର ନଜର ଆସିବେ | ଏହା ସହ ଖବର ପ୍ରକାଶ ପାଇଥିଲା ଯେ ଏଥିପାଇଁ ସଲମାନ ତାଙ୍କର ପାରିଶ୍ରମିକ ନେବେ ନାହିଁ |

ବନ୍ଧୁତା ପାଇଁ ସେ ଏହି ଚଳଚ୍ଚିତ୍ରକୁ ମାଗଣାରେ କରିବାକୁ ନିଷ୍ପତ୍ତି ନେଇଥିଲେ | ଏପରିକି ସଲମାନ ଖାନ ନିର୍ମାତାଙ୍କୁ ସ୍ପଷ୍ଟ ଭାବରେ କହିଥିଲେ ଯେ ଯଦି ସେ ଏହି ଫିଲ୍ମ କରିବେ, ତେବେ ଟଙ୍କାଟିଏ ବି ନେବେ ନାହିଁ | କିନ୍ତୁ ବର୍ତ୍ତମାନ ଖବର ଆସୁଛି ଯେ ସଲମାନ ଖାନ ଏହି ଫିଲ୍ମରୁ ନିଜକୁ ଦୂରେଇ ରଖିଛନ୍ତି।

ଖବର ଅନୁଯାୟୀ ସଲମାନ ଫିଲ୍ମକୁ ନେଇ ରାଗିଯାଇଛନ୍ତି | ରିପୋର୍ଟ ଅନୁଯାୟୀ, ସଲମାନ ଖାନଙ୍କୁ ଫିଲ୍ମ ପ୍ରଯୋଜକ ବାରମ୍ବାର ଟଙ୍କା ନେବା ପାଇଁ ଅଫର ଦେଇଥିଲେ | ଯାହାକୁ ନେଇ ସଲମାନ ରାଗିଯାଇଛନ୍ତି ଓ ଏହି ପ୍ରୋଜେକ୍ଟରୁ ନିଜକୁ ଦୂରେଇ ରଖିଛନ୍ତି | ସୂଚନା ଥାଉ କି ଯେ ଚିରଞ୍ଜୀବୀ ମାର୍ଚ୍ଚ ୧୬ ରେ ଏକ ଟ୍ୱିଟରେ ସଲମାନଙ୍କ ସହ ନିଜର ଏକ ଫଟୋ ସେୟାର କରି ଲେଖିଥିଲେ ଯେ ‘ଗଡଫାଦରରେ ଆପଣଙ୍କୁ ସ୍ୱାଗତ’।

ସମ୍ବନ୍ଧିତ ଖବର