ମୁମ୍ବାଇ: ଜଣେ ଜଣାଶୁଣା ମଡେଲ୍ଙ୍କ ସହିତ ସୁପରଷ୍ଟାର ସଲମାନ୍ ଖାନ୍ଙ୍କର ଆଫେଆର୍ ଥିଲା ବୋଲି ଖୁବ୍ କମ୍ ଲୋକ ଜାଣନ୍ତି। କାରଣ ସଲମାନ୍ ଖାନ୍ ଏହି ଆଫେଆର୍କୁ କେବେ ବି ସ୍ୱୀକାର କରି ନଥିଲେ।
Sambad is now on WhatsApp
Join and get latest news updates delivered to you via WhatsApp
ହଁ ଜଣେ ବଙ୍ଗଳା ଦେଶରେ ଜନ୍ମିତା ମାତ୍ର ଲଣ୍ଡନରେ ମଡେଲିଂ କରି ଚର୍ଚ୍ଚାକୁ ଆସିଥିବା ଏହି ଯୁବତୀଜଣକ ହେଲେ ଫରିଆ ଆଲମ୍। ୧୯୯୬ ମସିହାରେ ସଲମାନ୍ ଓ ଫରିହାଙ୍କ ଆଫେଆର ପ୍ରସଙ୍ଗକୁ ନେଇ ଚର୍ଚ୍ଚା ଜୋର୍ ଧରିଥିଲା। ସେତେବେଳେ କୁହାଗଲା ଯେ ଏ ଦୁହେଁ ଗୁପ୍ତରେ ବାହା ବି ହୋଇଛନ୍ତି। ଏ କଥାକୁ ଉଭୟଙ୍କ ଭିତରୁ କେହି ବି ସ୍ୱୀକାର କରି ନଥିଲେ।
୧୯୯୯ରେ ରିଲିଜ୍ ହୋଇଥିବା ସୁପରହିଟ୍ ଫିଲ୍ମ ‘ହମ୍ ଦିଲ୍ ଦେ ଚୁକେ ସନମ୍’ ର ସୁଟିଂ ସମୟରେ ସଲମାନ୍ ଖାନଙ୍କ ଗର୍ଲଫ୍ରେଣ୍ଡ ବନିଥିଲେ ଐଶ୍ୱର୍ଯ୍ୟା ରାୟ। ଉଭୟଙ୍କ ମଧ୍ୟରେ ପ୍ରେମ ସଂପର୍କ ପ୍ରାୟ ଦୁଇ ବର୍ଷ ଧରି ଚାଲିଥିଲା। ହେଲେ ସେ ଦୁହିଁଙ୍କର ବ୍ରେକ୍ ଅପ୍ ହୋଇଥିଲା।
ସଲମାନ୍ ଖାନଙ୍କର ଅନ୍ୟ ଜଣେ ଗର୍ଲଫ୍ରେଣ୍ଡ ଥିଲେ କାଟ୍ରିନା କୈଫ୍। ୨୦୦୫ରେ ସଲମାନ୍ ହିଁ କାଟ୍ରିନାଙ୍କୁ ବଲିଉଡରେ ବିଗ୍ ବ୍ରେକ୍ ଦେଇ ଥିଲେ। ଏହାପରେ ଫାଖାପାଖି ଚାରି ବର୍ଷ ଧରି ସଲମାନ୍ ଖାନ୍ ଓ କାଟ୍ରିନା କୈଫଙ୍କର ପ୍ରେମ ସଂପର୍କ ଥିଲା। କିନ୍ତୁ ସେ ଦୁହିଁଙ୍କର ମତଭେଦ ହେବା କାରଣରୁ କାଟ୍ରିନା ସଲମାନ୍ଙ୍କ ଠାରୁ ଦୂରେଇ ଗଲେ। ହେଲେ ଏବେ ପୁଣି ସଲମାନ ଓ କାଟ୍ରିନା ଖୁବ୍ ଭଲ ସଂପର୍କରେ ରହିଛନ୍ତି।
ରୋମାନୀୟ ସୁନ୍ଦରୀ ଲୁଲିଆ ବଣ୍ଟୁର ହେଉଛି ସଲମାନ୍ ଖାନ୍ଙ୍କର ଆଉ ଜଣେ ଲୋକପ୍ରିୟ ପ୍ରେମିକା। ଏପରିକି ସଲମାନ୍ ଲୁଲିଆଙ୍କୁ ବାହା ହେବେ ବୋଲି ମଧ୍ୟ ଅନେକ ସମୟରେ ଚର୍ଚ୍ଚା ହୋଇଛି।
ଲୁଲିଆଙ୍କୁ ବଲିଉଡରେ ବି ବ୍ରେକ୍ ଦେଇଛନ୍ତି ସଲମାନ୍ ଖାନ୍। ଲୁଲିଆ ଅନେକ ସମୟରେ ସଲମାନ୍ ଖାନ୍ଙ୍କ ସହିତ ମାତ୍ରା କରିଛନ୍ତି, ସମୟ ବିତାଇଛନ୍ତି। ଏହି କାରଣରୁ ଉଭୟଙ୍କ ମଧ୍ୟରେ ଥିବା ପ୍ରେମ ସଂପର୍କର ଚର୍ଚ୍ଚା ଥମିବାର ନାମ ନେଉ ନାହିଁ।