ଶେଷରେ ଜାକ୍‌ଲିନ୍‌ଙ୍କ ଭିତରେ ନିଜର ଭଲ ପାଇବାକୁ ଖୋଜି ପାଇଲେ ସଲମାନ୍‌ ! ତାଙ୍କ ପାଇଁ ଗୀତ ଗାଇଲେ…

ମୁମ୍ବାଇ : ଗତକାଲି ରିଲିଜ୍‌ ହୋଇଛି ଅନେକ ଦିନରୁ ଚର୍ଚ୍ଚାରେ ରହି ଆସିଥିବା ଫିଲ୍ମ ‘ରେସ୍‌-୩’ । ଏଥିରେ ସଳମାନ ଖାନ୍‌ଙ୍କ ବ୍ୟତୀତ ଜାକ୍‌ଲିନ୍‌ ଫର୍ଣ୍ଣାଣ୍ଡିଜ୍‌,େ ଡ଼ଜି ଶାହ,ଅନିଲ କପୁର,ବବି ଦେଓଲ ଏବଂ ସକିବ୍‌ ସଲିମ୍‌ଙ୍କୁ ଦେଖିବାକୁ ମିଳିଛି । ଫିଲ୍ମଟି ପ୍ରଥମ ଦିନରେ ବକ୍ସ ଅଫିସରେ ୨୦୧୮ର ସବୁଠାରୁ ଅଧିକ ଫାର୍ଷ୍ଟ ଡେ କଲେକସନ୍‌ କରିଥିବା ଫିଲ୍ମ ମାନ୍ୟତା ପାଇଛି । ଫିଲ୍ମକୁ ଦେଖିବା ପରେ କିଛି ଲୋକ ଏହାକୁ ପସନ୍ଦ କରିଥିବା ବେଳେ କିଛି ଏହାକୁ ନାପସନ୍ଦ କରିଛନ୍ତି ।

Pakistan Today

ଫିଲ୍ମ ଅପେକ୍ଷା ଫିଲ୍ମର ନିର୍ମାତା ରିଲିଜ୍‌ କରିଥିବା ଏକ ନୂଆ ଗୀତକୁ ନେଇ ଏବେ ଚର୍ଚ୍ଚା ଆରମ୍ଭ ହୋଇଛି । ଗୀତ ‘ଆଇ ଫାଉଣ୍ଡ ଲଭ୍‌’କୁ ଏବେ ରିଲିଜ କରାଯାଇଥିବା ବେଳେ ଏଥିରେ ସଲମାନ୍‌ ଏବଂ ଜାକ୍‌ଲିନ୍‌ଙ୍କୁ ଏକା ସାଥିରେ ଦେଖିବାକୁ ମିଳିଛି । ଏଥିରେ ସଲମାନ ପୁଣି ଥରେ ନିଜ କଣ୍ଠଦାନ କରି ଗୀତଟିର ଗୁରୁତ୍ୱ ବଢ଼ାଇଛନ୍ତି । ସଲମାନଙ୍କ ସହ ଏଥିରେ କଣ୍ଠଦାନ କରିଛନ୍ତି ଶରଦ ସକ୍ସେନାଙ୍କ ଝିଅ ବୀରା ସକ୍ସେନା । ତେବେ ଏହି ଗୀତ ପରେ ସଲମାନ୍‌ ଜାକ୍‌ଲିନ୍‌ଙ୍କୁ ଭଲ ପାଇ ଯାଇଛନ୍ତି ବୋଲି ଲୋକେ କହିବା ଆରମ୍ଭ କରିଛନ୍ତି ।

ସମ୍ବନ୍ଧିତ ଖବର