ବଲିଉଡ୍‍ରେ ତିଷ୍ଠିବାକୁ ହେଲେ ଯୁବ-ଅଭିନେତାଙ୍କୁ ମଲଟିଷ୍ଟାରର ଫିଲ୍ମ କରିବାକୁ ପଡ଼ିବ

ମୁମ୍ବାଇ :ହିନ୍ଦୀଫିଲ୍ମ ଜଗତରେ ଏମିତି ବି ଏକ ସମୟ ରହିଥିଲା, ଯେଉଁ ସମୟରେ କି ଗୋଟିଏ ହିଁ ଫିଲ୍ମରେ ବହୁତ ଷ୍ଟାର୍‌ ଅଭିନୟ କରୁଥିଲେ।ତେଣିକି ସିଏ ଷାଠିଏ ଦଶକରେ ରିଲିଜ୍‌ ହୋଇଥିବା ସୁପର୍‌ହିଟ୍‌ ଫିଲ୍ମ ଯଥା-‘ଓ୍ଵକ୍ତ’,‘ଦିଓ୍ଵାର୍‌’,‘ଶୋଲେ’,‘ଅମର୍‌ ଆକବର୍‌ ଆନ୍ଥୋନି’ ଭଳି ଫିଲ୍ମ ହେଉ କି ନବେ ଦଶକର ମଲ୍‌ଟି ଷ୍ଟାରର ଅଭିନୀତ ଫିଲ୍ମ ‘ଡ଼ର୍‌’,‘କରଣ୍‌ ଅର୍ଜୁନ୍‌’,‘ଜୀତ୍‌’,‘ଇଶ୍କ’ ଭଳି ମଲ୍‌ଟିଷ୍ଟାରର୍‌ ମୁଭି ,ଏହି ଫିଲ୍ମଗୁଡ଼ିକ ସେ ସମୟରେ ବକ୍ସ ଅଫିସ୍‌ରେ ହିଟ ହୋଇଥିଲା। ହେଲେ ପରବର୍ତ୍ତୀ ସମୟରେ ଏହିଭଳି ଫିଲ୍ମଗୁଡ଼ିକ ଧୀରେଧୀରେ ବ୍ୟାବସାୟିକ ସଫଳତା ପାଇଲା ନାହିଁ ।

ଏପରି ହେବାର ସବୁଠୁ ବଡ଼ କାରଣ ହେଉଛି ଅଭିନେତାମାନଙ୍କର ଫିଲ୍ମ ବାବାଦକୁ ବଢ଼ୁଥିବା ପାରିଶ୍ରମିକ। ତେବେ ଏ ନେଇ ଏବେ ବଲିଉଡ୍‍ର ବରିଷ୍ଠ ଅଭିନେତା ତଥା ଦବଙ୍ଗ ବୟ୍‌ ସଲମାନ୍‌ ଖାନ୍‌ ଯୁବ-ଅଭିନେତାମାନଙ୍କୁ ପରାମର୍ଶ ଦେଇଛନ୍ତି। ଏଥିସହିତ ସେ କହିଛନ୍ତି ଯେ ,‘ନୂଆ ଅଭିନେତାମାନେ ମଲ୍‌ଟି ଷ୍ଟାରର୍‌ ଫିଲ୍ମ କରିବାଠାରୁ ଦୂରେଇ ରହିବା ଆଦୌ ଠିକ୍‌ ନୁହେଁ’। ଏତଦ୍‌ବ୍ୟତୀତ ସଲ୍ଲୁ ମିଆଁ ଏହା ବି କହିଛନ୍ତି ଯେ, ମଲ୍‌ଟିଷ୍ଟାରର ଫିଲ୍ମର ସୁଟିଂ ଲାଗି ୧୫୦ ଦିନରୁ ଅଧିକ ସମୟ ଲାଗିଥାଏ। ଯେଉଁ ପରିସ୍ଥିତିରେ କି କୌଣସି ଅଭିନେତାଙ୍କ ପାରିଶ୍ରମିକ କମ୍‌ କରିବା ଜମାରୁ ସମ୍ଭବ ନୁହେଁ। ଏଥିସହିତ ଏବେ ତାଙ୍କ ପାଖରେ କିମ୍ବା ଅମୀର୍‌ ଖାନ୍‌ ବା ଶାହରୁଖ୍‌ ଖାନ୍‌ଙ୍କ ଭଳି ବଡ଼ ଅଭିନେତାଙ୍କ ପାଖରେ ଏତେ ବି ସମୟ ନାହିଁ ଯେ ସେମାନେ ସାଥୀ ହୋଇ କୌଣସି ଫିଲ୍ମରେ କାମ କରିପାରିବେ!

ସମ୍ବନ୍ଧିତ ଖବର