ନୂଆଦିଲ୍ଲୀ: ଦବଙ୍ଗ କଳାକାର ସଲମାନ ଖାନ ୨୦୦୮ ମସିହାରେ ଛୋଟପରଦାରେ ପ୍ରସାରିତ ହେଉଥିବା ତାଙ୍କର ସୁପରହିଟ ସୋ’ ‘ଦଶ କା ଦମ୍’ର ସିକ୍ୱିଲରେ ଖୁବ୍ଶୀଘ୍ର ନଜର ଆସିବା ପାଇଁ ଯାଉଛନ୍ତି। ତେବେ ବର୍ତ୍ତମାନ ଏହାର ଟ୍ରିଜର ଏବଂ ପ୍ରୋମ ସୁଟିଂ ଶେଷ ହୋଇଥିବା ବେଳେ ବହୁତ ଶୀଘ୍ର ଏହା ଟେଲିଭିଜନରେ ଲଞ୍ଚ କରିବା ପାଇଁ ଯାଉଛି। ତେବେ ଏହି ସୋ’କୁ ଟିଭି ସହ ଘରେ ବସି ଦେଖୁଥିବା ଦର୍ଶକମାନେ ମଧ୍ୟ ଖେଳି ପାରିବେ ।
/sambad/media/post_attachments/wp-content/uploads/2018/02/salman-10-ka-dum-759-300x167.jpg)
‘ଦଶ କା ଦମ୍’ ସୋ’ଟି ସୋନି ଟିଭିରେ ପ୍ରସାରିତ ହେବା ପାଇଁ ଯାଉଛି। ପୂର୍ବରୁ ଚ୍ୟାନେଲରେ ପ୍ରସାରିତ ‘କୌନ ବନେଗା କରୋଡ଼ ପତି’ରେ ଦର୍ଶକଙ୍କୁ ଘରେ ବସି ଖେଳିବାର ମଉକା ମିଳିଥିଲା। ତେବେ ବର୍ତ୍ତମାନ ଏହି ସୋ’ରେ ମଧ୍ୟ ସେହିପରି ବ୍ୟବସ୍ଥା କରିବା ପାଇଁ ଚିନ୍ତା କରିଛି ସୋନି ଟିଭି । ୧୦ ବର୍ଷ ପୂର୍ବରୁ ସୋନି ଟିଭରେ ଆସୁଥିବା ଦଶ କା ଦମ୍ର ଉପସ୍ଥାପନା ଦ୍ୱାୟିତ୍ୱରେ ଥିବା ସଲମାନ ପୁଣି ଥରେ ଏହି ସଂସ୍କରଣର କରୁଛନ୍ତି ଉପସ୍ଥାପନା । ତେବେ ଜୁନ ମାସରେ ଏହି ବହୁ ଚର୍ଚ୍ଚିତ ସୋ’ ପ୍ରସାରଣ ହେବାର ସୂଚନା ରହିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/02/salman_1498800157_725x725.jpg)