ପୁଣି କାହା ପ୍ରେମରେ ଦବଙ୍ଗ ଖାନ୍? କିଏ ସେହି ଅଭିନେତ୍ରୀ?

ମୁମ୍ବାଇ: ପ୍ରେମ ବ୍ୟାପରରେ ଦବଙ୍ଗ ଖାନ୍ ସଲମାନଙ୍କ କଥା ସବୁଠୁ ଭିନ୍ନ । କାରଣ ସେ ଅନେକ ସମୟରେ ଅନେକ ଅଭିନେତ୍ରୀ ଓ ମଡେଲଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିବା ଦେଖାଯାଇଥିଲେ ବି କାହାକୁ ଜୀବନସାଥୀ ଭାବେ ଗ୍ରହଣ କରିବାକୁ କିନ୍ତୁ ନାରାଜ । ଏହା ପୂର୍ବରୁ କ୍ୟାଟ୍ରିନା ଓ ତାଙ୍କ ପରେ ଜଣେ ବିଦେଶୀ ମଡେଲଙ୍କ ପ୍ରେମରେ ପଡିଥିବାବେଳେ ଏବେ ଆଉ ଜଣେ ଅଭିନେତ୍ରୀଙ୍କ ପ୍ରେମରେ ପଡିଥିବା ଚର୍ଚ୍ଚା ହେଉଛି । ତେବେ କିଏ ଏହି ଅଭିନେତ୍ରୀ ?

ସଲମାନ ପ୍ରେମ ସଂପର୍କରେ ନଥିବା କଥା କହୁଥିଲେ ବି ଏବେ ଜଣେ ହଲିଉଡ ଅଭିନେତ୍ରୀଙ୍କ ସହ ଅନେକ ସ୍ଥାନରେ ନଜର ଆସୁଛନ୍ତି । ଏହି ଅଭିନେତ୍ରୀ ଜଣକ ହେଲେ ସାମନ୍ଥା ଲକଉଡ୍ । ଏହାକୁ ନେଇ ବଲିଉଡରେ ଚର୍ଚ୍ଚା ଜୋର ଧରିଥିଲେ ବି ଏହାକୁ ପ୍ରତ୍ୟାଖ୍ୟାନ କରିଛନ୍ତି ସାମନ୍ଥା । ସେ କହିଛନ୍ତି ଯେ, ଏକାଧିକ ଥର ସେ ସଲମାନଙ୍କୁ ଭେଟିଛନ୍ତି କିନ୍ତୁ ଏହାର ଅର୍ଥ ନୁହେଁ ଯେ ସେ ଦୁଇଜଣ ପ୍ରେମ ସମ୍ପର୍କରେ ଅଛନ୍ତି । ସେ କେବଳ ସଲମାନଙ୍କୁ ଭେଟିନାହାଁନ୍ତି ବରଂ ହ୍ରିତିକ୍ ରୋସନଙ୍କୁ ମଧ୍ୟ ଭେଟିଛନ୍ତି । କେହି ତାଙ୍କ ସହ ମୋ ନାଁ ଯୋଡ଼ି ତ କହୁନାହାଁନ୍ତି । ହେଲେ ସଲମାନଙ୍କ ପରି ଏତେ ଭଲ ବ୍ୟକ୍ତିତ୍ୱଙ୍କ ବିଷୟରେ ଲୋକେ ଏପରି କାହିଁକି କହୁଛନ୍ତି ବୋଲି ସାମନ୍ଥା ପ୍ରଶ୍ନ କରିଛନ୍ତି । ତାଙ୍କ କହିବା କଥା ସଲମାନଙ୍କର ଅଭିନୀତ ଫିଲ୍ମ ‘ସୁଲତାନ’ ତାଙ୍କର ଭାରି ପ୍ରିୟ । ଏହା ଦେଖିବା ପରେ ସେ ଭାରତ ଆସି ସଲମାନଙ୍କୁ ଭେଟିଥିଲେ । ତାଙ୍କ ଜନ୍ମଦିନରେ ତାଙ୍କ ଫାର୍ମହାଉସରେ ମଧ୍ୟ ଉପସ୍ଥିତ ଥିଲେ ସାମନ୍ଥା । ହେଲେ ଏହାକୁ ନେଇ ବ୍ୟବହାର ଅଯଥା ଗୁଜବ ସୃଷ୍ଟି କରୁଛନ୍ତି ବୋଲି ସାମନ୍ଥା ସୋସିଆଲ ମିଡିଆରେ ପ୍ରକାଶ କରିଛନ୍ତି ।

ସମ୍ବନ୍ଧିତ ଖବର