ସହଜରେ ନାୟିକାଙ୍କ ପ୍ରଶଂସା କରୁନଥିବା ସଲମାନ ଜାକ୍‌ଲିନ୍‌ଙ୍କର କି ପ୍ରଶାଂସା କଲେ କି?

ବଲିଉଡ୍‌ ସୁନ୍ଦରୀ ଜାକ୍‌ଲିନ୍‌ ଫର୍ନାଣ୍ଡିଜ୍‌ଙ୍କର ଜଣେ ମସ୍ତବଡ଼ ପ୍ରଶଂସକ ସୃଷ୍ଟି ହୋଇଛନ୍ତି ୟା’ ଭିତରେ। ତାଙ୍କ ନାଁ ଶୁଣିଲେ ଆପଣମାନେ ଚମକି ପଡ଼ିବେ ନିଶ୍ଚୟ। ସେ ଆଉ କେହି ନୁହନ୍ତି। ସେ ହେଉଛନ୍ତି ସୁପର୍‌ଷ୍ଟାର୍‌ ସଲ୍‌ମାନ୍‌ ଖାଁ। ଆପଣ ଜାଣନ୍ତି, ସଲ୍‌ମାନ୍‌ଙ୍କ ଆଗାମୀ ଫିଲ୍ମ ‘ରେସ୍‌ ୩’ରେ ଜାକ୍‌ଲିନ୍‌ ନାୟିକା ଅଛନ୍ତି। ଉକ୍ତ ଫିଲ୍ମର ପ୍ରଚାର ପାଇଁ ଯାଇଥିବାବେଳେ ଏକ ଟେଲିଭିଜନ୍‌ ସୋ’ରେ ସଲ୍‌ମାନ୍‌ କହିଛନ୍ତି ଯେ ଜାକ୍‌ଲିନ୍‌ ହେଉଛନ୍ତି ନୂଆପିଢ଼ିର ସବୁଠାରୁ ଦକ୍ଷ ଅଭିନେତ୍ରୀ। ଏ ପିଢ଼ିରେ ତାଙ୍କ ଭଳି ଆଉ କେହି ନାହାନ୍ତି।

ଆପଣ ଜାଣନ୍ତି, ସଲ୍‌ମାନ୍‌ଙ୍କ ବ୍ଲକ୍‌ବଷ୍ଟର୍‌ ଫିଲ୍ମ ‘କିକ୍‌ ୨’ରେ ମଧ୍ୟ ଜାକ୍‌ଲିନ୍‌ ଅଭିନୟ କରିଥିଲେ। ସଲ୍‌ମାନ୍‌ଙ୍କ ପ୍ରଶଂସାରୁ ଜଣା ପଡୁଛି, ନିକଟ ଭବିଷ୍ୟତରେ ଆହୁରି ଏକାଧିକ ଫିଲ୍ମରେ ଦୁହିଁଙ୍କୁ ଏକାଠି ଦେଖିବାକୁ ମିଳିବାର ସବୁ ସମ୍ଭାବନା ରହିଛି। ଅନ୍ୟପକ୍ଷରେ ମେହର୍‌ବାନ୍‌ ସଲ୍‌ମାନ୍‌ଙ୍କ ହାତ ଥିଲେ ଜାକ୍‌ଲିନ୍‌ଙ୍କ ଭବିଷ୍ୟତ ଯେ ଖୁବ୍‌ ଚମକିବ- ଆମର ସନ୍ଦେହ ନାହିଁ।

ସମ୍ବନ୍ଧିତ ଖବର