ନୂଆଦିଲ୍ଲୀ: ଅଭିନେତ୍ରୀ ସୋନମ କପୁରଙ୍କ ବିବାହ ମଇ ଆଠ ତାରିଖରେ ତାଙ୍କ ବୟଫ୍ରେଣ୍ଡ ଆନନ୍ଦ ଆହୁଜାଙ୍କ ସହିତ ହୋଇଥିଲା। ଦିନରେ ବିବାହ ହୋଇଥିଲା ବେଳେ ରାତି ସେମାନଙ୍କ ବିବାହ ଭୋଜି ଥିଲା। ଏହି ବିବାହ ଭୋଜିରେ ଅନେକ ସେଲିବ୍ରିଟିଙ୍କୁ ଦେଖିବାକୁ ମିଳିିଥିଲା । ସୋନମ୍ଙ୍କ ବିବାହ ଭୋଜିକୁ ଆସିଥିବା ସମସ୍ତ ଅତିଥିମାନେ ଖୁବ୍ ମଜା କରିଥିବାର ଦେଖିବାକୁ ମିଳିଥିଲା। ତେବେ ଏହି ଭୋଜିରେ ସଲମାନ୍ ଓ ଜ୍ୟାକ୍ଲିନ୍ ଖୁବ୍ ମଜାଦାର ନୃତ୍ୟ କରିଥିଲେ। ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ସଲମାନ ଜ୍ୟାକ୍ଲିନ୍ଙ୍କ ଶାଢ଼ି କାନିକୁ ମୁହଁରେ ଧରି ନିଜ ସିନେମା ଗୀତ ଜୁମେ କି ରାତ..ରେ ନୃତ୍ୟ କରୁଥିବାର ଦେଖିବାକୁ ମିଳୁଛି। କେବଳ ଏତିକି ନୁହେଁ ଶାହାରୁଖ ଖାନ୍ ବି ସେଠାରେ ଉପସ୍ଥିତ ଅଛନ୍ତି ଓ ସୋନାମ କପୁର ଓ ଆନନ୍ଦ ଆହୁଜାଙ୍କୁ ହାତ ଧରି ନଚାଉଛନ୍ତି।
ତେବେ ଗତକାଲି ସୋନମ୍ଙ୍କ ବିବାହ ଭୋଜିରେ ଶାହାରୁଖ ଓ ସଲମାନ୍ଙ୍କ ଆଉ ଏକ ଫଟୋ ଓ ଭିଡିଓ ସାମ୍ନାକୁ ଆସିଥିଲା। ଯେଉଁଥିରେ ଦୁହେଁ କରନ୍ ଓ ଅର୍ଜୁନ ବନିଥିବା ନଜର ଆସିଥିଲେ। ସିନେମାରେ ତାଙ୍କ ମା’ ବନିଥିବା ସୋନମ କପୁରଙ୍କ ମା’ ସୁନିତା କପୁର ବି ଏମାନଙ୍କ ସହିତ ମଜା କରୁଥିବା ଦେଖିବାକୁ ମିଳୁଛି।
ତେବେ ଏହି ଦୃଶ୍ୟକୁ ନେଇ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହୋଇଥିଲା। ଯେଉଁଥିରେ ସଲମାନ ଓ ଶାହାରୁଖ ସିନେମା ‘କରନ୍ ଅର୍ଜୁନ୍’ ଗୀତ ‘ବନ୍ଧନ ତୋ ପ୍ୟାର୍ କା ବନ୍ଧନ ହୈ’ର ଗୀତ ଗାଉୁଛନ୍ତି। ମଞ୍ଚରେ ସଲମାନ ଓ ଶାହାରୁଖଙ୍କ ସହିତ ଅନିଲ କପୁର ଓ ପତ୍ନୀ ସୁନିତ କପୁର ବି ନଜର ଆସୁଛନ୍ତି। ସଲମାନ ସୋନମ ମା’ଙ୍କ କାନି ଧରି ଗୀତ ଗାଉଛନ୍ତିଯ ତେବେ ସଲମାନ ଓ ଶାହାରୁଖଙ୍କ ଏଭଳି କାରନାମ ଦେଖି ସୁନିତା କହୁଛନ୍ତି, କେହି ଏମାନଙ୍କୁ ଅଟକାଅ, ଏହି କରନ୍ ଅଜୁନ୍ କବଳରୁ ମୋତେ କେହି ବଞ୍ଚାଅଯ ମଞ୍ଚ ଉପରେ ଛିଡା ହୋଇଥିବା ଅନିଲ କପୁର ପତ୍ନୀଙ୍କ ଏଭଳି ଅବସ୍ଥା ଦେଖି ସ୍ମିତ ହସ ଦେଉଛନ୍ତି। ଶେଷରେ ସୋନମ ଆସି ଶାହାରୁଖ ଓ ସଲମାନଙ୍କ ଏହି ମଜାଦାର କାରନାମାରୁ ନିଜ ମାଆଙ୍କୁ ବଞ୍ଚାଉଛନ୍ତି।