କ୍ୟାଟଙ୍କୁ କିସ୍‌ କରିବାକୁ ମନା କଲେ ସଲମାନ୍‌

ମୁମ୍ବାଇ: କିଛି ଦିନ ହେବ ବଲିଉଡରେ ଚର୍ଚ୍ଚା ଜୋର ଧରିଛି ଯେ କାଟ୍ରିନା କୈଫ୍‌ ଏବଂ ସଲମାନ୍‌ ଖାନଙ୍କ ମଧ୍ୟରେ ପୁଣି ପ୍ରେମ ଆରମ୍ଭ ହୋଇଛି। ଏହା ନୂଆ ସିନେମା ‘ଟାଇଗର୍‌ ଜିନ୍ଦା ହେ’ରେ ଦୁହେଁ ଏକାଠି କାମ କରିବା ପରଠୁ ଜୋର୍‌ ଧରିଛି। ସଲମାନ ଏବଂ କ୍ୟାଟ୍ରିନାଙ୍କୁ ନେଇ ‘ଟାଇଗର୍‌ ଜିନ୍ଦା ହେ’ର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜାଫର ଏକ ଲିପ ଟୁ ଲିପ୍‌ କିସ୍‌ ସିନ୍‌ ର ପ୍ଲାନିଂ କରିଥିଲେ। ଏଥିଲାଗି ସେ ପ୍ରଥମେ କାଟ୍ରିନା କୈଫ୍‌ଙ୍କୁ କହିଥିଲେ। ତାଙ୍କର ଏଥିପାଇଁ କିଛି ସମସ୍ୟା ନାହିଁ ବୋଲି କ୍ୟାଟ୍‌ କହିଥିଲେ।

ଏହାପରେ ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜାଫର ସମାନ କଥା ସଲମାନଙ୍କୁ କହିଥିଲେ। ହେଲେ ସଲମାନ୍‌ ଏଥିପାଇଁ ରାଜି ହୋଇ ନଥିଲେ। ସେ ଖୁବ୍‌ ଲାଜକୁଳା ଏବଂ ଏଭଳି ସିନ୍‌ ତାଙ୍କୁ ସୁଟ୍‌ କରିବ ନାହିଁ ବୋଲି କହି ଟାଳି ଦେଇଥିଲେ। ତଥାପି ପୁଣି ଅଲ୍ଲୀ ସଲମାନଙ୍କୁ ବୁଝାଇବାକୁ ଚେଷ୍ଟା କରିଥିଲେ ହେଲେ ସେ ଧରା ଛୁଆଁ ଦେଲେ ନାହିଁ। ଅବଶେଷରେର ନିର୍ଦ୍ଦେଶକ ଅଲ୍ଲୀ ଅବ୍ଦାସ ଜାଫର ଏକ ଲିପ ଟୁ ଲିପ୍‌ କିସ୍‌ ସିନ୍‌ କୁ ସିନେମାରୁ ବାଦ୍‌ ଦେବାଲାଗି ନିଷ୍ପତି ନେଇଥିଲେ। ଏଠାରେ ସୂଚନାଯୋଗଗ୍ୟ ଯେ ଆଗରୁ ସଲମାନ-କ୍ୟାଟଙ୍କୁ ଦର୍ଶକ ପାର୍ଟନର୍‌, ମୈନେ ପ୍ୟାର କ୍ୟୁଁ କିୟା, ଏକ ଥା ଟାଇଗର୍‌ ଆଦି ସିନେମାରେ ଏକାଠି ଦେଖିଛନ୍ତି।

ସମ୍ବନ୍ଧିତ ଖବର