ମୁମ୍ବାଇ: ବଲିଉଡ ଅଭିନେତା ସଲମାନ ଖାନଙ୍କୁ ବମ୍ବେ ହାଇ‌କୋର୍ଟରୁ ଆଶ୍ବସ୍ତି ମିଳିଛି। ଅତୀତରେ ଆନ୍ଧେରୀ ମହାନଗର ନିଗମ ଦ୍ୱାରା ସଲମାନଙ୍କ ବିରୋଧରେ ଜାରି ହୋଇଥିବା ସମନକୁ ପ୍ରତ୍ୟାଖ୍ୟାନ କରି ହାଇକୋର୍ଟ ଏହି ମାମଲାକୁ ଖାରଜ କରି ଦେଇଛନ୍ତି। ଦବଙ୍ଗ ବୟ ସଲମାନ ଖାନ ୨୦୧୯ ମସହାରେ ଜଣେ ସାମ୍ବାଦିକଙ୍କୁ ଦୁର୍ବବ୍ୟବହାର ଏବଂ ଧମକ ଦେଇଥିଲେ ବୋଲି ଅଭିଯୋଗ ହୋଇଥିଲା। ସେବେଠାରୁ ମାମଲା ବିଚାରାଧୀନ ଥିବା ବେଳେ ଜଷ୍ଟିସ ଭାରତୀ ଡାଙ୍ଗ୍‌ରେଙ୍କୁ ନେଇ ଗଠିତ ଏକ ଖଣ୍ଡପୀଠରେ ଏବେ ଏହି ନିଷ୍ପତ୍ତି ହୋଇଛି।

Advertisment

ଅତୀତରେ ସାଲମାନ ଖାନ ସାମ୍ବାଦିକ ଅଶୋକ ପାଣ୍ଡେଙ୍କୁ ଧମକ ଦେଇଥିବା ଅଭିଯୋଗ ହୋଇଥିଲା। ସୂଚନାରୁ ପ୍ରକାଶ କି ଗଣମାଧ୍ୟମ ପ୍ରତିନିଧି ଅଶୋକ ଦବଙ୍ଗ ବୟଙ୍କର ଏକ ଭିଡିଓ ସୁଟ୍‌ କରୁଥିବା ବେଳେ ସଲ୍‌ମାନ ଓ ତାଙ୍କ ଅଙ୍ଗରକ୍ଷୀ ସାମ୍ବାଦିକଙ୍କ ସହ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା।

୨୦୧୯ ମସିହାରେ ହୋଇଥିବା ଏହି ଅଭିଯୋଗକୁ ନେଇ ମୁମ୍ବାଇର ଏକ ସ୍ଥାନୀୟ କୋର୍ଟ ସଲମାନ ଖାନ ଏବଂ ତାଙ୍କ ଅଙ୍ଗରକ୍ଷୀ ନୱାଜ ଶେଖଙ୍କୁ ୨୨ ମାର୍ଚ  ୨୦୨୨ରେ ଡକାଇଥିଲେ। ମହାନଗର ନିଗମ ମାଜିଷ୍ଟ୍ରେଟ୍ ଆର୍‌ ଆର୍‌ ଖାନ୍‌ ତାଙ୍କ ଆଦେଶରେ କହିଥିଲେ ଯେ ଏହି ମାମଲାରେ ଦାଖଲ ହୋଇଥିବା ପୁଲିସ ଅଭିଯୋଗରେ ତାଙ୍କ ବିରୋଧରେ ଧାରା ୫୦୪ ଏବଂ ଭାରତୀୟ ପିଙ୍ଗଳ କୋଡ୍‌ ୫୦୬ ଅନୁଯାୟୀ ମାମଲା ରୁଜୁ କରାଯାଇଛି।
ଏହାପରେ ସଲମାନ ଖାନ୍‌ ବମ୍ବେ ହାଇକୋର୍ଟରେ ଏକ ଆବେଦନ କରିଥିଲେ ଏବଂ ତଳ କୋର୍ଟରେ ହୋଇଥିବା ମାମଲାକୁ ଖାରଜ କରିବାକୁ ଅନୁରୋଧ କରିଥିଲେ।  ବର୍ତ୍ତମାନ କୋର୍ଟ ସଲମାନଙ୍କ ଆବେଦନ ଉପରେ ଶୁଣାଣି ହୋଇ ମାମଲା ଖାରଜ ହୋଇଛି।