୧୯୯୯ ମସିହାରେ ସଲମନଙ୍କ ବାହାଘର ୬ ଦିନ ପୂର୍ବରୁ ଭାଙ୍ଗିଯାଇଥିଲା

ବଲିଉଡ୍‌ର ସବୁଠୁ ଚର୍ଚ୍ଚିତ ବ୍ୟାଚେଲର ଦବଙ୍ଗ ତାରକା ସଲମନ ଖାନ୍ ଏପର୍ଯ୍ୟନ୍ତ ବିବାହ କରିନଥିଲେ ବି ତାଙ୍କ ପାଇଁ ଯେ ଅନେକ ଝିଅ ପାଗଳ ତାହା କହିବା ଭୁଲ୍‌ ହେବ ନାହିଁ। ସଲମନ ଖାନ୍‌ଙ୍କ ବିବାହକୁ ନେଇ ତାଙ୍କର ପ୍ରଶଂସକମାନେ ବେଶି ଉତ୍ସୁକ। ଏପରିକି ସଲମନଙ୍କ ପିଲା ‌କିଭଳି ହେବେ ତା ଉପରେ ବି ସମସ୍ତଙ୍କ ନଜର। ଏକ ଗୁଜବ ଶୁଣିବାକୁ ମିଳୁଛି ଯେ, ସଲମନ ଏବେ କାହା ସହ ଡେଟିଂରେ ଅଛନ୍ତି। ଅନେକ ହୁଏତ ଜାଣିନଥିବେ ୧୯୯୯ ମସିହାରେ ସଲମନ ବାହା ହୋଇଯାଇଥାଆନ୍ତେ। ମାତ୍ର ଶେଷ ସମୟରେ ଏହା ନହେବାକୁ ସ୍ଥିର ହେଲା। ସଲମନଙ୍କ ବନ୍ଧୁ ସାଜିଦ ନାଦିଆଦୱାଲା ଏକ ଟିଭି ସୋ’ରେ‌ ଦେଇଥିବା ମନ୍ତବ୍ୟ ମୁତାବକ, ସଲମନଙ୍କ ବିବାହର କାର୍ଡ ମଧ୍ୟ ବଣ୍ଟା ସରିଥିଲା। ମାତ୍ର ବାହାଘର ଆଉ ୫-୬ ଦିନ ଥିବା ବେଳେ ସଲମନ ନିଜର ମତ ପରିବର୍ତନ କରି କହିଲେ ସେ ବିବାହ କରିବା ମାନସିକତାରେ ନାହାନ୍ତି। ସଲମନଙ୍କ ସହ ଐଶ୍ବର୍ଯ୍ୟା ରାୟ, କ୍ୟାଟ୍ରିନା କୈଫଙ୍କ ନାଁ ମଧ୍ୟ ଯୋଡ଼ା ଯାଇଛି। ଏବେ ଲୁଲିଆ ଭାଣ୍ଟୁରଙ୍କ ସହ ମଧ୍ୟ ତାଙ୍କ ନାମ ଯୋଡ଼ା ଯୋଉଛି।

ସମ୍ବନ୍ଧିତ ଖବର